ଭୁବନେଶ୍ୱର,୧୪/୧୨: ସିଟି ହୋମ୍ସ ଡୁପ୍ଲେକ୍ସରୁ ପୁଣି ହେଲା ସିରିଜ୍‌ ଲୁଟ୍‌ । ଗୋଟିଏ ରାତିରେ ଚାରି ଡୁପ୍ଲେକ୍ସରୁ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଓ ହୀରା ଅଳଙ୍କାର ଚୋରି କରିନେଲେ ଦୁର୍ବୃତ୍ତ । ସିସିଟିଭିକୁ ନେଇ ତଦନ୍ତ କରୁଛି ପୋଲିସ । ରାଜଧାନୀ ଭୁବନେଶ୍ୱରର ପାହାଳ ଥାନା ଅନ୍ତର୍ଗତ ସିଟି ହୋମ୍ସ ଡୁପ୍ଲେକ୍ସରୁ ଏହି ଲୁଟ୍‌ ହୋଇଛି । 

ସୂଚନା ମୁତାବକ, ଥମୁନି ପାହାଳ ଅଞ୍ଚଳରୁ ଚୋରି । କିଛି ଦିନ ତଳେ ମଦନପୁରର ଏକ ଆପାର୍ଟମେଣ୍ଟରୁ ଲୁଟ୍‌ ହୋଇଥିବା ବେଳେ ବର୍ତ୍ତମାନ ସିଟିହୋମ୍ ଡୁପ୍ଲେକ୍ସରେ ପଶି ଲୁଟେରା ମାନେ ଚାରୋଟି ଘରେ କଳାକନା ବୁଲାଇଛନ୍ତି । ଘରେ କେହି ନଥିବା ବେଳେ ଡି-୨, ଡି-୧୩, ଡି-୨୦, ଡି-୪୮ ଘରର ତାଲା କାଟି ପାଖାପାଖି ୨୦ଲକ୍ଷ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଛନ୍ତି ଚୋର । ଉକ୍ତ ଘରର ଲୋକମାନେ ପହଞ୍ଚିବା ପରେ ଲୁଟ୍‌ ହୋଇଥିବା ଜାଣି ତୁରନ୍ତ ପାହାଳ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଘଟଣାସ୍ଥଳରେ ଲାଗିଥିବା ସିସିଟିଭିର ଫୁଟେଜ୍‌ ସାହାଯ୍ୟରେ ଲୁଟେରାଙ୍କୁ ଧରିବାରେ ଚେଷ୍ଟା ଚଳାଇଛି । ଏନ୍ୟପଟେ ଏହି ଲୁଟ୍‌ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।