ପୁରୀ,୧୩/୧୨: ଶ୍ରୀମନ୍ଦିର ନିକଟରେ ବାହାରୁ ଆସିଥିବା କିଛି ଶ୍ରଦ୍ଧାଳୁ ଜଗନ୍ନାଥଙ୍କ ଚିତ୍ର ଥିବା ଧୋତି ପଞ୍ଜାବୀ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଛି । ଜଗନ୍ନାଥଙ୍କ ଫଟୋ ଥିବା ଧୋତି ପାଦ ଯାଏ ପିନ୍ଧି ସେମାନେ ବୁଲୁଥିବାର ଦୃଶ୍ୟ ଦେଖି କିଛି ସେବାୟତ ସେମାନଙ୍କୁ ଆକଟ କରିଥିଲେ । ଏହି କପଡ଼ା ପିନ୍ଧି ସେମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେନି ବୋଲି ସ୍ପଷ୍ଟ କରିଥିଲେ । ଏହି କପଡ଼ା କାଢ଼ି ଅନ୍ୟ କପଡ଼ା ପିନ୍ଧି ମନ୍ଦିରକୁ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।