ନୂଆଦିଲ୍ଲୀ,୧୧/୦୭; ଭୀଷଣ ବିମାନ ଦୁର୍ଘଟଣା । ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟିର ଶିକାର ହୋଇ ହୁତୁ ହୁତୁ ହୋଇ ଜଳିଲା ବିମାନ । ଏହା ପରେ ଦୁର୍ଘଟଣା ଗସ୍ତ ହୋଇଛି ପ୍ଲେମିଙ୍ଗୋ ଏୟାରର ସେସନା ୪୦୨ସି (Cessna 402C) ପ୍ଲେନ୍ । ଦୁର୍ଘଟଣାରେ ପ୍ଲେନ୍‌ରେ ଥିବା ସମସ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାଧୀନତା ଦିବସ ପାଳନ ଉତ୍ସବ ଶୋକରେ ପରିଣତ ହୋଇଛି  । ଦୁର୍ଘଟଣା ପରେ ସରକାର ଫ୍ଲେମିଙ୍ଗୋ ଏୟାରର ଉଡ଼ାଣକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛନ୍ତି । ଏହି ଦୁର୍ଘଟଣା ଦ୍ୱୀପପୁଞ୍ଜର ରାଜଧାନୀ ନାସାଉର ପଶ୍ଚିମରେ ଅବସ୍ଥିତ ଉତ୍ତର ଆଣ୍ଡ୍ରୋସରେ ଘଟିଛି ।

ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣା- ବିମାନ ଦୁର୍ଘଟଣା ତଦନ୍ତ କର୍ତ୍ତୃପକ୍ଷ (AAIA)ର ଏକ ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବିମାନଟି ନାସାଉର ଲିଣ୍ଡେନ୍ ପିଣ୍ଡଲିଂ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସାନ ଆଣ୍ଡ୍ରୋସ୍ ଅଭିମୁଖେ ଯାତ୍ରା କରିଥିଲା । ବିମାନଟି ଅପରାହ୍ନ ପ୍ରାୟ ୧:୦୦ ଟାରେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସୋସିଆଲ ମିଡ଼ିଆରେ ପ୍ଲେନ୍ ଦୁର୍ଘଟଣାର ଭିଡିଓ ଭାଇରାଲ ହୋଇଛି । ଫ୍ଲେମିଙ୍ଗୋ ଏୟରର ସେସନା ୪୦୨ସି ଫ୍ଲାଇଟ୍ ଜଙ୍ଗଲ ଅଞ୍ଚଳରେ ଖସି ପଡିଥିବାଦ ଦେଖିବାକୁ ମିଳିଛି । ଦୁର୍ଘଟଣା ବେଳେ ନାସାଉରେ ଦେଶର ସ୍ୱାଧୀନତା ଦିବସର ଉତ୍ସବ ପାଳନ ହୋଇଥିଲା । ଏହି ଦୁର୍ଘଟଣାର ଖବର ଉତ୍ସବକୁ ଶୋକରେ ପରିଣତ କରିଛି ।

ଏହା ବି ପଢନ୍ତୁ...ଭାରତ ଆସୁଥିବା ଏଲପିଜି ଟ୍ୟାଙ୍କର ଉପରେ ଇରାନ କରିଥିଲା ମିସାଇଲ ହମଲା ? ଜାଣନ୍ତୁ ଭାଇରାଲ ଦାବି ପଛର ସତ    

ବାହାମାସର ପ୍ରଧାନମନ୍ତ୍ରୀ ଫିଲିପ୍ ବ୍ରେଭ୍ ଡେଭିସ୍ ପ୍ରଥମେ ଜଣେ ବ୍ୟକ୍ତି ବଞ୍ଚି ଯାଇଥିବା କହିଥିଲେ` କିନ୍ତୁ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଶ୍ଚିତ କରିଥିଲେ ଯେ, ପ୍ଲେନରେ ଥିବା ସମସ୍ତ ୧୦ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ` କିନ୍ତୁ ୧୦ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି । ସେ କହିଛନ୍ତି, ଯେଉଁ ଲୋକମାନେ ବାହାମାସର ସ୍ୱାଧୀନତାର ୫୩ତମ ବାର୍ଷିକୀ ପାଳନ କରୁଛନ୍ତି, ଆମେ ସେମାନଙ୍କର ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରୁଛୁ । ଏହି ଦିନଟି ଶୋକର ଦିନରେ ପରିଣତ ହୋଇଛି । ଆମେ ସେହି ପରିବାର ପ୍ରତି ଆମର ଗଭୀର ସମବେଦନା ପ୍ରକାଶ କରୁଛୁ ।