ନୂଆଦିଲ୍ଲୀ,୪।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ନୂତନ H-1B ଭିସା ଯୋଜନାକୁ ନେଇ ବିବାଦ ବଢିବାରେ ଲାଗିଛି। ସାନ୍ ଫ୍ରାସିସ୍କୋର ଏକ କୋର୍ଟରେ ୟୁନିୟନ୍, ନିଯୁକ୍ତିଦାତା ଓ ଧାର୍ମିକ ସଂଗଠନର ଏକ ମେଣ୍ଟ ଟ୍ରମ୍ପ ପ୍ରଶାସନର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଦେଇଛି। ଏହି ମକଦ୍ଦମା ରାଷ୍ଟ୍ରପତିଙ୍କ ସେହି ନିର୍ଦ୍ଦେଶକୁ ରଦ୍ଦ କରିବାର ଦାବି କରୁଛି, ଯେଉଁଥିରେ H-1B ଭିସା ଆବେଦନ ଉପରେ ଏକ ମୁକ୍ତ ୧ ଲକ୍ଷ ଡଲାର (ପ୍ରାୟ ୮୩ ଲକ୍ଷ)ର ଫି’ ଲଗାଇବାର ନିୟମ ରହିଛି। ଆବେଦନରେ କୁହାଯାଇଛି ଯେ, ଏହି ପଦକ୍ଷେପ ବେଆଇନ ଓ H-1B ଭିସା କାର୍ଯ୍ୟକ୍ରମର ଅଦ୍ଭୁତପୂର୍ବ ପରିବର୍ତ୍ତନ। ଦଲିଲ ଦିଆଯାଇଛି ଯେ, ରାଷ୍ଟ୍ରପତିଙ୍କ ନିକଟରେ ସ୍ବତନ୍ତ୍ର ରୂପରେ ରାଜସ୍ବ ଏକାଠି କରିବା କିମ୍ବା କର ଲଗାଇବାର ଅଧିକାର ନାହିଁ।
ମକଦ୍ଦମାରେ ଫିନିକ୍ସ ଡୋ’ ନାମକ ଜଣେ ଭାରତୀୟ ନାଗରିକଙ୍କ ଉଦାହରଣ ଦିଆଯାଇଛି। ଯିଏକି ଉତ୍ତର କାର୍ଲିଫର୍ଣ୍ଣିଆରେ ରହି ପୋଷ୍ଟ ଡକ୍ଟରାଲ ରିସର୍ଚ୍ଚର ଭାବରେ କାମ କରନ୍ତି। ତାଙ୍କ ସଂସ୍ଥା ‘କେପ୍-ଏକ୍ସଜେମ୍ପଟ’ H-1B ଭିସା ଆବେଦନ ଦାଖଲ କରିଥିଲା, କିନ୍ତୁ ନୂଆ ଫି’ ନୀତି କାରଣରୁ ଏହି ପକ୍ରିୟା ରୋକି ଦିଆଯାଇଛି।
ଆବେଦନ ଅନୁସାରେ, ‘ଫିନିକ୍ସ ଡୋ’ଙ୍କ ରିସର୍ଚ୍ଚ ବୟସ, ଡାଇବେଟିକ୍ ଓ ଦୁର୍ଲଭ ଆନୁବଂଶିକ ରୋଗ ସମ୍ପର୍କିତ ଦୃଷ୍ଟି-ହାନିର କାରଣକୁ ଚିହ୍ନ ଓ ଚିକିତ୍ସାର ନୂଆ ପଦ୍ଧତି ବିକଶିତ କରିବା ଉପରେ କେନ୍ଦ୍ରିତ ରହିଛି। ଡୋ’ ବିଶ୍ବବିଦ୍ୟାଳୟର ପ୍ରଥମ ପୋଷ୍ଟଡକ୍ଟରାଲ ସ୍କଲାର, ଯାହାଙ୍କ ଉପରେ ସଂସ୍ଥାର ଭବିଷ୍ୟତର ରିସର୍ଚ୍ଚ ଓ ଫଣ୍ଡିଂ ନିର୍ଭର କରିଥାଏ। କିନ୍ତୁ ନୂଆ ନୀତି କାରଣରୁ ତାଙ୍କର ଆବେଦନ ଅନିଶ୍ଚିତକାଳ ପାଇଁ ସ୍ଥଗିତ କରି ଦିଆଯାଇଛି। ଆବେଦନରେ କୁହାଯାଇଛି ‘ସେ ଅସ୍ଥିରତା ଓ ଚିନ୍ତାଗ୍ରସ୍ତ ଦେଇ ଗତି କରୁଛନ୍ତି, ଯାହାଫଳରେ ତାଙ୍କର ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିସ୍ଅର୍ଡର ବଢି ଯାଇଛି। ଯଦି ଯଦି ଆଶ୍ବସ୍ଥି ନମିଳେ ତେବେ ତାଙ୍କୁ ୪ ମାସରେ ଆମେରିକା ଛାଡିବାକୁ ହେବ। ଫଳରେ ତାଙ୍କ କ୍ୟାରିୟର ଓ ବ୍ୟକ୍ତିଗତ ଜୀବନରେ ପ୍ରବଳ କ୍ଷତି ହେବ।