ଅନୁଗୁଳ,୦୭/୦୫: ଅନୁଗୁଳ ସହରର ସୌଭାଗ୍ୟନଗରର ଏକ ଘରେ ସେକ୍ସ ରାକେଟ୍ ଠାବ ହୋଇଛି । ଜଣେ ବୃଦ୍ଧ ନିଜ ଘରେ ବେଧଡ଼କ ଚଳାଇଥିଲେ ଏ ଅନୈତିକ କାରବାର। ପୁଲିସ୍ ବୁଧବାର ଚଢ଼ଉ କରି ବୃଦ୍ଧଙ୍କୁ କାବୁ କରିବା ସହିତ ୨ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି । ପୁଲିସ୍ ସେମାନଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି । ସେକ୍ସ ରାକେଟ୍ ଚଳାଇଥିବା ବୃଦ୍ଧ ଘରେ ଏକୁଟିଆ ରୁହନ୍ତି । ତାଙ୍କ ସ୍ତ୍ରୀ ଓ ପରିବାର ଲୋକ ବାହାରେ ରହୁଛନ୍ତି । ସେ ଦୀର୍ଘବର୍ଷ ହେଲା ନିଜ ଘରକୁ ରୂପଜୀବୀମାନଙ୍କୁ ଡକାଇ ସେକ୍ସ ରାକେଟ୍ ଚଳାଇଥିଲେ । ପୁଲିସ୍ ଚଢ଼ଉ ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ।

ଅଧିକ ପଢ଼ନ୍ତୁ :- Cyclone Update: ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ପାଗ ଅନୁକୂଳ ରହିଲେ ବଢ଼ିବ ବାତ୍ୟା ଭୟ

ପ୍ରକାଶ ଯେ, ଗତ ମାସକ ମଧ୍ୟରେ ଟାଉନ୍ ଥାନା ପୁଲିସ୍ ଦ୍ୱିତୀୟ ଥର ପାଇଁ ସେକ୍ସ ରାକେଟ୍ ଠାବ କରିଛି । ଗତମାସ ୯ ତାରିଖରେ ଟାଉନ୍ ଥାନା ପୁଲିସ୍ ସହର ଉପକଣ୍ଠ ତୁରଙ୍ଗ ଠାରେ ଏକ ଲଜ୍ରେ ଚାଲିଥିବା ସେକ୍ସ ରାକେଟ୍‌ର ପୁଲିସ୍ ପର୍ଦ୍ଦାଫାଶ କରିଥିଲା । ଏହି ଘଟଣାରେ ପୁଲିସ୍ ଲଜ୍ ମାଲିକ, ମ୍ୟାନେଜର ସମେତ ୨ ଗ୍ରାହକଙ୍କୁ ଗିରଫ କରିବା ସହିତ ୪ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା ।