ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ପାକିସ୍ତାନରେ ତେଲ ଭଣ୍ଡାର ଏକ ଭ୍ରମ: ଆମେରିକା-ପାକିସ୍ତାନ ତୈଳ ଚୁକ୍ତିକୁ କଟାକ୍ଷ କଲେ ଶଶି ଥରୁର

Published By : Tapas Panda | July 31, 2025 7:39 PM

Image Courtesy: Social Media

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ପରିହାସ କରିଛନ୍ତି । ଆମେରିକାକୁ କଟାକ୍ଷ କରି ସେ କହିଛନ୍ତି ଯେ, ପାକିସ୍ତାନରେ ତୈଳ ଭଣ୍ଡାର ମିଳିବା କଥାକୁ ନେଇ ଆମେରିକା ଦ୍ୱନ୍ଦ୍ୱରେ ଅଛି । ସେପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଅର୍ଥନୀତିକୁ 'ମୃତ ଅର୍ଥନୀତି' ବୋଲି ବର୍ଣ୍ଣନା କରିବା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି ମଧ୍ୟ କହିଛନ୍ତି ଶଶି ଥରୁର । 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଘୋଷଣା କରିଥିଲେ ଯେ, ଆମେରିକା ପାକିସ୍ତାନ ସହିତ ମିଳିତ ଭାବରେ ଏହାର ବିଶାଳ ତୈଳ ଭଣ୍ଡାର ବିକାଶ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଛି । ଟ୍ରମ୍ପ ଏହାକୁ ଏକ ପ୍ରମୁଖ ଶକ୍ତି ସହଭାଗୀତା ବୋଲି ମଧ୍ୟ କହିଥିଲେ । ତେବେ ଏହି ସହଭାଗୀତା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ପ୍ରମୁଖ ତୈଳ କମ୍ପାନୀ ଚୟନ କରାଯାଇ ନାହିଁ ବୋଲି କହିଥିଲେ ଟ୍ରମ୍ପ । 

ଅନ୍ୟପକ୍ଷରେ, ସାଂସଦ ଶଶି ଥରୁର ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଚୁକ୍ତିନାମା ବିଷୟରେ ମନ୍ତବ୍ୟ ଦେଇଛନ୍ତି ।  ସେ କହିଛନ୍ତି, ‘ମୁଁ ଭାବୁଛି ପାକିସ୍ତାନରେ ତୈଳ ଭଣ୍ଡାର ଥିବା କଥାକୁ ନେଇ ସେମାନଙ୍କର (ଆମେରିକା) କିଛି ଦ୍ୱନ୍ଦ୍ୱ ଅଛି  ଏବଂ ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି । ଆମେ କେବେ ଗୋଟିଏ ଦେଶ ଥିଲୁ ଏବଂ ମୁଁ କେବେ କୌଣସି ରିପୋର୍ଟରେ ଦେଖି ନାହିଁ ଯେ, ପାକିସ୍ତାନରେ କୌଣସି ତୈଳ ଭଣ୍ଡାର ଅଛି । କିନ୍ତୁ ଯଦି ଆମେରିକୀୟମାନେ ସେଠାକୁ ଯାଇ ସନ୍ଧାନ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଏହା କରିବାକୁ ଦିଆଯିବା ଦରକାର।’

 ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁସାରେ, କଂଗ୍ରେସ ସାଂସଦ ଶଶି ଥରୁର ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ଭାରତର ଅର୍ଥନୀତିକୁ ମୃତ ଅର୍ଥନୀତି ବୋଲି କହିବାକୁ ବିରୋଧ କରିଛନ୍ତି । ଏହାକୁ ଏକ ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି କହିଛନ୍ତି । ସେ କହିଛନ୍ତି, ‘ରୁଷରୁ ତେଲ ଏବଂ ଗ୍ୟାସ କିଣିବା ପାଇଁ ଆମେରିକା ଆମ ଉପରେ ୨୫ ପ୍ରତିଶତରୁ ଅଧିକ ଜରିମାନା ଲଗାଇଛି ।  ଯାହା ମୋଟ ୩୫ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ଯାଇପାରେ । ଏହା ଉପରେ ୧୦୦ ପ୍ରତିଶତ ଜରିମାନା ଲଗାଇବା ବିଷୟରେ ମଧ୍ୟ ଆଲୋଚନା ହେଉଛି । ଏହା ଆମେରିକା ସହିତ ଆମର ବାଣିଜ୍ୟକୁ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ କରିବ ।’ 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.