ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଶତ୍ରୁଘ୍ନ ସିହ୍ନା ରବିବାର କେନ୍ଦ୍ରୀୟ ବଜେଟ୍‌ର ସମାଲୋଚନା କରିଛନ୍ତି । ଏହାକୁ ‘ଫେଙ୍କୁ ଓ ଲପେଟୁ’ ବଜେଟ୍ କହିଛନ୍ତି ଏବଂ ଏଥିରେ ରୋଜଗାର ,କୃଷକଙ୍କ କଲ୍ୟାଣ କିମ୍ୱା ଦେଶର ଋଣ ଉପରେ ଧ୍ୟାନ ଦିଆଯାଇ ନଥିଲା କହିଛନ୍ତି। ନ୍ୟୁଜ୍ ଏଜେନ୍ସି ଏଏନଆଇସହ କଥା ହୋଇ ସିହ୍ନା କହିଛନ୍ତି –ଏହା ଏକ ‘ଫେଙ୍କୁ ଓ ଲପେଟୁ’ ବଜେଟ୍...ଏହି ବଜେଟ୍ ବିକଶିତ ଭାରତ ପାଇଁ ନୁହେଁ। କେନ୍ଦ୍ର ସରକାରଙ୍କ ଉପରେ ଅନେକ ରାଜ୍ୟର ଅର୍ଥ ବକେୟା ରହିଛି। କୃଷକଙ୍କ କଲ୍ୟାଣ ପାଇଁ କେଉଁ ଯୋଜନା ଅଣା ଯାଇଛି ? ଏହା ବଜେଟ୍ ରେଟିଂର ଯୋଗ୍ୟ ନୁହେଁ।

ଅନ୍ୟପଟେ , ସମାଜବାଦୀ ପାର୍ଟିର ସାଂସଦ ଅଖିଳେଶ ଯାଦବ ମଧ୍ୟ କେନ୍ଦ୍ର ବଜେଟ୍‌ର ସମାଲୋଚନା କରି କହିଛନ୍ତି , ଏହା ଗରିବ ଓ ଗାଁ ଲୋକଙ୍କ ଅଣଦେଖା କରୁଛି। ସେ କହିଛନ୍ତି ଯେ, ଏଥିରେ ରୋଜଗାର ସୃଷ୍ଟି ହୁଏ ନାହିଁ ଏବଂ ଏହା କେବଳ ପାଞ୍ଚ ପ୍ରତିଶତ ଧନୀ ଲୋକଙ୍କ ପାଇଁ। ଯାଦବ ଏଏନଆଇକୁ କହିଛନ୍ତି –ଏହି ବଜେଟ୍ ଗରିବ ଓ ଗାଁରେ ରହୁଥିବା ଲୋକଙ୍କ ବୁଝିବା ବାହାରେ। ଏହି ବଜେଟ୍‌ରେ କୌଣସି ଚାକିରି ଦିଆଯାଇ ନାହିଁ। ବିଜେପିର ବଜେଟ୍ ଦେଶର ପାଞ୍ଚ ପ୍ରତିଶତ ଲୋକଙ୍କ ପାଇଁ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ( ରବିବାର) ଲୋକସଭାରେ କେନ୍ଦ୍ର ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିଥିଲେ , ଏହା ତାଙ୍କର ଲଗାତାର ୯ମ କେନ୍ଦ୍ର ବଜେଟ୍ ଥିଲା।

କେନ୍ଦ୍ର ବଜେଟର ପରିବେଶ ଅନୁକୂଳ ଯାତ୍ରୀ ପରିବହନ ଉପରେ ଜୋର ଦିଆ ଯାଇଛି, ଯେଉଁଥିରେ ପ୍ରମୁଖ ସହରୀ ଓ ଆର୍ଥିକ କେନ୍ଦ୍ରରେ ସାତୋଟି ହାଇ-ସ୍ପିଡ୍ ରେଳ କରିଡର ବିକଶିତ କରିବାର ପ୍ରସ୍ତାବ ଅଛି। ଏହି କରିଡର ବିକାଶର କନେକ୍ଟ ଭାବେ କାମ କରିବ, ଯାତ୍ରାର ସମୟ କମ୍ କରିବ , ପ୍ରଦୂଷଣ କମ୍ କରିବ ଏବଂ କ୍ଷେତ୍ରୀୟ ବିକାଶରେ ସାହାଯ୍ୟ କରିବ।