ନୂଆଦିଲ୍ଲୀ,୨୧।୫: ବାଂଲାଦେଶରେ ତାରିକ ରେହମାନଙ୍କ ନେତୃତ୍ବାଧୀନ ସରକାରଙ୍କ ଅଡୁଆ ଲଗାତାର ବଢିବାରେ ଲାଗିଛି। ରାଜଧାନୀ ଢାକାରେ ୭ ବର୍ଷର ଝିଅ ସହ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ପରେ ବଢିଛି ଉତ୍ତେଜନ। ବିଏନ୍ପି ସରକାରଙ୍କ ଆଇନ ବ୍ୟବସ୍ଥା ଦୁର୍ବଳ ହୋଇପଡିଛି ବୋଲି ଲୋକଙ୍କ ଭିତରେ କ୍ଷୋଭ। ଏସବୁ ଭିତରେ ପୂର୍ବତନ ର’ ଏଜେଣ୍ଟ ଲକି ବିଷ୍ଟ ବଡ଼ ଦାବି କରିଛନ୍ତି। ସେ ଗୁରୁବାର ସୋସିଆଲ ମିଡିଆ ପ୍ଳାଟଫର୍ମ ଏକ୍ସରେ ପୋଷ୍ଟ କରି ଦାବି କରିଛନ୍ତି ଯେ, ଢାକାର ସଡକରେ ଜମାତ ସମର୍ଥକଙ୍କ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଦେଶର ପ୍ରଶାସନିକ ଦୁର୍ବଳତାକୁ ଦର୍ଶାଉଛି।
ପୂର୍ବତନ ର’ ଏଜେଣ୍ଟ ନିଜ କାଉଣ୍ଟର ରିପୋର୍ଟ ଆଧାରରେ କହିଛନ୍ତି, ଚଳିତ ବର୍ଷ ବାଂଲାଦେଶରେ ବଡ଼ ଧରଣର କ୍ଷମତା ହସ୍ତାନ୍ତରଣ ହୋଇପାରେ। ସେ ଦାବି କରିଛନ୍ତି କ୍ଷମତାରୁ ବିତାଡିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅନେକ କୋର୍ଟ ମାମଲା ପ୍ରତ୍ୟାହାର ପରେ ସେ ଖୁବ୍ ଶୀଘ୍ର ବାଂଲାଦେଶ ଫେରି ପାରନ୍ତି। ଲକି ବିଷ୍ଟଙ୍କ ଅନୁସାରେ, ୨୦୨୬ ଶେଷ ଆଡକୁ ହାସିନା ଢାକା ଫେରିବାର ଅନୁମାନ କରାଯାଉଛି।
ବାଂଲାଦେଶ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୧୯ ମଇରେ ଢାକାରେ ଜଣେ ବ୍ୟକ୍ତି ୭ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା। ଅଭିଯୁକ୍ତ ନାବାଳିକାକୁ ହତ୍ୟା କରି ମୃତଦେହକୁ ଖଣ୍ଡଖଣ୍ଡ କାଟି ଲୁଚାଇ ରଖିଥିଲା। ନାବାଳିକାର ବାପା ୨୦ ମଇରେ ପୋଲିସ ଷ୍ଟେସନ୍ ଯାଇ ମାମଲା ରୁଜୁ କରିଥିଳେ। ଏହି ମାମଲାରେ ଆଇନ, ନ୍ୟାୟ ମନ୍ତ୍ରୀ ଏକ ସପ୍ତାହ ଭିତରେ ପୋଲିସକୁ ତଦନ୍ତ ରିପୋର୍ଟ ଦେବାର ନିର୍ଦେଶ ଦେଇଛି।
ଆହୁରି ପଢନ୍ତୁ : Pulwama attack mastermind Killed: ପୁଲୱାମା ମାଷ୍ଟରମାଇଣ୍ଡ ହମ୍ଜା ବୁରାନ POKରେ ନିପାତ, ଅଜଣା ବ୍ୟକ୍ତି ଚଳାଇଲେ ଗୁଳି