ନୂଆଦିଲ୍ଲୀ : ଶିବସେନା (UBT)ର ବରିଷ୍ଠ ନେତା ତଥା ସାଂସଦ ସଂଜୟ ରାଓ୍ବତଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ୍ ବିଗିଡି ଯାଇଛି । ଏନେଇ ସେ ସୋସିଆଲ ମିଡିଆ ପୋଷ୍ଟରେ ସୂଚନା ଦେଇଛନ୍ତି । ସେ ଏବେ ଚିକିତ୍ସାଧିନ ଥିବା କହିଛନ୍ତି ।

ସଂଜୟ ରାଓ୍ବତ ତାଙ୍କ ସୂଚନାରେ ଲେଖିଛନ୍ତି ଯେ, ଆପଣ ମାନେ ସମସ୍ତେ ସର୍ବଦା ମୋ ଉପରେ ବିଶ୍ବାସ ରଖିଛନ୍ତି ଏବଂ ମୋତେ ଭଲପାଇବା ଦେଇଛନ୍ତି । କିନ୍ତୁ ଏବେ ହଠାତ ମୋ ଦେହ ଅସୁସ୍ଥ ହୋଇଛି । ମୋର ଚିକିତ୍ସା ଜାରି ରହିଛି । ଆଉ ମୋତେ ସମ୍ପୂର୍ଣ୍ଣ ଭରସା ରହିଛି ଯେ, ମୁଁ ଖୁବଶୀଘ୍ର ଠିକ୍ ହୋଇଯିବି ।

ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଏବେ ବାହାରକୁ ଯିବା ଏବଂ ଜନଗହଳିପୂର୍ଣ୍ଣ ସ୍ଥାନ ଠାରୁ ଦୂରେଇ ରହିବାକୁ କୁହାଯାଇଛି । ସେ ଆହୁରି ମଧ୍ୟ ଲେଖିଛନ୍ତି କି, "ମୁଁ ନିଶ୍ଚିତ ଯେ ମୁଁ ଶୀଘ୍ର ସୁସ୍ଥ ହୋଇଯିବି ଏବଂ ନୂତନ ବର୍ଷରେ ଆପଣ ମାନଙ୍କୁ ସମସ୍ତଙ୍କୁ ଦେଖା କରିବାକୁ ଆସିବି। ଆପଣଙ୍କର ପ୍ରେମ ଏବଂ ଆଶୀର୍ବାଦ ଜାରି ରହୁ।"  

​​​​​​​