ମାଲକାନଗିରି,୧୪/୧୧ (ଆ.ପ୍ର) ଶୀତରେ ଥରୁଛି ମାଲକାନଗିରି ଜିଲ୍ଲା । ପାରଦ ୧୫ ଡିଗ୍ରୀକୁ ଖସିଛି । ଶୀତ ପ୍ରକୋପ ରୁ ରକ୍ଷା ପାଇଁ ନିଆଁ ଜାଳି ବସୁଛନ୍ତି ଗାଁ ଗହଳି ଓ ସହରର ଲୋକେ।
ଗତ ଚାରି ଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ପ୍ରଥମ ଶୀତ ସହିତ କୁହୁଡି ଦେଖାଦେଇଥିବା ବେଳେ ଆଜି ଭୋରୁ ମାଲକାନଗିରି ସହରରେ ପ୍ରାୟ ଶୂନଶାନ ଦେଖା ଦେଇଥିଲା। ବାହରକୁ ଭୀଷଣ ଥଣ୍ଡା ହାତ ଗୋଡ ହେମାଳ ହୋଇ କାଲୁଆ ମାରି ଦେଉଥିବାରୁ ଗ୍ରାମବାସୀ ଓ ଛୋଟ ଛୋଟ ପିଲାମାନେ କାଠ ଗଣ୍ଠିରେ ନିଆଁ ଲଗାଇ ତାର ଚାରି ପଟେ ଘେରି ନିଆ ପିଉଁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣତ ମାଲକାନଗିରି ଜିଲ୍ଲାରେ ଏହି ସମୟରେ ୩୦ରୁ ୩୨ଡିଗ୍ରୀ ତାପମାତ୍ରା ରହିଥାଏ । ଆଜି ଭୋରୁ ତାପମାତ୍ରା ୧୫ଡିଗ୍ରୀକୁ ଖସି ଆସିଥିବାରୁ ପରିସ୍ଥିତ ସଙ୍ଗୀନ ହୋଇ ପଡିଥିଲା।ଜିଲ୍ଲାବାସୀ ଦିନତମାମ ଜ୍ୟାକେଟ ପିନ୍ଧି ସାଲ ଘୋଡେଇ ହୋଇ ନିଜ ନିଜ କାମକରୁଥିବାର ଦେଖିବାକୁ ମିଳିଥିଲା । ଦୋକାନ୍ ବଜାର ଗୁଡିକ ଶୀତ ଯୋଗୁ ଦିନ ୯ଟାପରେ ଖୋଲିଥିଲା ।
ଚଳିତ ବର୍ଷ ଜିଲ୍ଲାରେ ଶୀତ ଆରମ୍ଭ ହୋଇ ଯାଇଥିଲେ ବି ଗରିବ ଆଦିବାସୀ ଲୋକମାନଙ୍କର ଶୀତବସ୍ତ୍ର ନଥିବାରୁ ଶୀତ ଦାଉରୁ ରକ୍ଷାପାଇବା ପାଇଁ ସେମାନେ ଘର ଆଗରେ ବଡ ବଡ କାଠଗଣ୍ଡି ଜାଳି ନିଆଁ ଚାରି ପାଖରେ ବସି ନିଜଦେହକୁ ସେକି ହେଉଥିବାର ଦେଖାଯାଉଛି ।ଏମିତି କି ରାତ୍ରରେ ସେହି ନିଆଁ ଚତୁଃପାର୍ଶ୍ଵରେ ପରିବାର ସହ ଶୋଇ ଯାଇଥାନ୍ତି । ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଗରିବ ଆଦିବାସୀ ମହିଳା ଓ ପିଲା ମାନେ ଘର ଆଗରେ କାଠଗଣ୍ଡି ଜାଳି ତାର ଚାରିପାଖରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ବସି ନିଆଁ ରେ ସେକି ହେଉଥିବାର ଦେଖିବାକୁ ମିଳୁଛି ।