ନୂଆଦିଲ୍ଲୀ,୦୯/୦୩; ଭାରତ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ବିଶ୍ୱ ବିଜେତା ହୋଇଛି । ଏହା ସହିତ, ଟିମ୍ ଇଣ୍ଡିଆ ଲଗାତାର ଦ୍ୱିତୀୟ ଥର ପାଇଁ ଟାଇଟଲ୍ ଜିତିଛି ଏବଂ ଘରୋଇ ମାଟିରେ ଚାମ୍ପିଅନ୍ ହୋଇଥିବା ପ୍ରଥମ ଦଳ ହୋଇଛି । କେବଳ ଏତିକି ନୁହେଁ, ଟିମ୍ ଇଣ୍ଡିଆ ସର୍ବାଧିକ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ଦଳ ବି ହୋଇଛି । ଭାରତର ଏହି ବିଜୟକୁ ସହି ପାରୁନାହାନ୍ତି ପାକିସ୍ତାନ ପୂର୍ବ କ୍ରିକେଟର । ରାଗ ଗର ଗର ହୋଇ ତାଟିଆ କାମୁଡିବା ପରି ହୋଇଛନ୍ତି । ଭାରତର ବିଜୟରେ କ୍ରୋଧିତ ହୋଇ ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତର ଅଜବ ଗଜବ ବୟାନ ଦେଇଛନ୍ତି । ସେ କହିଛନ୍ତି ଭାରତ କ୍ରିକେଟକୁ ନଷ୍ଟ କରି ଦେଇଛନ୍ତି । ସେ ଧନୀ ଏବଂ ଗରିବ ପିଲାଙ୍କ କାହାଣୀ କହି ଭାରତର ସଫଳତାକୁ କମ୍ କରିବାକୁ ଚେଷ୍ଟା କରିଛନ୍ତି ।
ଟିଭି ଶୋ 'ଗେମ୍ ଅନ୍ ହୈ'ରେ ସୋଏବ ଅଖତର କହିଛନ୍ତି, ''ଭାରତର ପ୍ରାଧାନ୍ୟ କ୍ରିକେଟ ପାଇଁ ଖରାପ । ଏହା ଯେପରି ପଡୋଶୀର ଏକ ଧନୀ ପିଲା ଗରିବ ପିଲାମାନଙ୍କୁ ଡାକି କହୁଛି ଆସନ କ୍ରିକେଟ ଖେଳିବା । ଭାରତ ସମାନ ଭାବେ ସେମିତି କିଛି କରୁଛି । ସେମାନ ୮ଟି ଦଳକୁ ଡାକୁଛନ୍ତି ତାଙ୍କ ସହ ଖେଳୁଛନ୍ତି । ତା ପରେ ୩ଟିକୁ ପ୍ରୋତ୍ସାହିତ କରୁଛନ୍ତି କହୁଛନ୍ତି ଆମେ ଜିତିଛୁ । ମୋ ମତରେ ସେମାନେ କ୍ରିକେଟକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି । ଇଣ୍ଡିଆ ଆମ ସହ ଏମିତି କରିଛି । କ୍ରିକେଟକୁ ଖତମ କରି ଦିଆଯାଇଛି ।'' ସୋଏବ ଅଖତରଙ୍କର ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଛି । ଅନେକ ପ୍ରଶଂସକ ଭାରତର ବଡ ବିଜୟରେ ଏହାକୁ ତିକ୍ତ ପ୍ରତିକ୍ରିୟା ବୋଲି କହିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଫାଇନାଲ ପୂର୍ବରୁ ସୋଏବ ଅଖତରଙ୍କର ମତ କିଛି ଭିନ୍ନ ଥିଲା । ସେ ଭାରତକୁ ଶକ୍ତିଶାଳୀ ଦଳ ବୟାନ କରିଥିଲେ । କହିଥିଲେ ନ୍ୟୁଜିଲାଣ୍ଡ ଚାପରେ ରହିଛି । ଭାରତର ପରାଜୟ ପ୍ରାର୍ଥନା କରି କିୱିଦଳ ଟାଇଟଲ ଜିତିବ ବୋଲି ଚାହୁଁଥିରେ ସୋଏବ ।
ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିବା ପରେ ବି ସୂର୍ଯ୍ୟଙ୍କର ସ୍ୱପ୍ନ ସାକାର ହୋଇନି, ବଡ଼ ଲକ୍ଷ୍ୟର କଲେ ଖୁଲାସା
ଗମ୍ଭୀରଙ୍କ ପ୍ରଶଂସା କଲେ ସୋଏବ- ସମାଲୋଚନା ମଧ୍ୟରେ ସୋଏବ ଅଖତର ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କୁ ପ୍ରଶଂସା ବି କରିଛନ୍ତି । ସେ କହିଛନ୍ତି, ଖେଳାଳିମାନଙ୍କ ପ୍ରତି ଆତ୍ମବିଶ୍ୱାସ ପ୍ରଦର୍ଶନ ପ୍ରମୁଖ ଟୁର୍ଣ୍ଣାମେଣ୍ଟରେ ଦଳର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ପୂର୍ବତନ ପାରିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମିର ମଧ୍ୟ ଭାରତର ବିଜୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ନ୍ୟୁଜିଲାଣ୍ଡର ଦୁର୍ବଳ ରଣନୀତି ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
କହି ରଖୁଛି କି, ଭାରତ ୯୬ ରନରେ ନ୍ୟୁଜିଲାଣ୍ଡକୁ ହରାଇ ତୃତୀୟ ଥର ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଛି । ସେ ପ୍ରଣାମ କରି ଦେଇଛି ଟି-ଟ୍ୱେଣ୍ଟିର ନମ୍ବର ୱାନ ଦଳ ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ ହରାଇ ୨୫୫ ରନ୍ର ବିଶାଳ ସ୍କୋର କରିଥିଲା । ସଞ୍ଜୁ ସାମସନ, ଅଭିଶେକ ଶର୍ମା ଏବଂ ଇଶାନ କିଶାନ ଦମଦାର ପାଳି ଖେଳିଥିଲେ ।