ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଶ୍ରୀମନ୍ଦିରରେ ଦୋଳୋତ୍ସବ: ଶ୍ରୀବିଗ୍ରହଙ୍କ ଚାଚେରୀ ବେଶ, ଫଗୁ ଲାଗି ସମ୍ପନ୍ନ

Published By : Prameya | March 10, 2025 10:02 AM

ପୁରୀ,୧୦/୦୩ ଫଗୁ ଦଶମୀ  ଅବସରରେ ରବିବାର ଶ୍ରୀମନ୍ଦିରରେ ଦୋଳୋତ୍ସବର ଶୁଭାରମ୍ଭ ହୋଇଛି ।  ରତ୍ନସିଂହାସନରେ ଶ୍ରୀବିଗ୍ରହଙ୍କ ଚାଚେରୀ ବେଶ ଅନୁଷ୍ଠିତ ହୋଇଥିଲା । ଶ୍ରୀପଦରୁ ତ୍ରିମୁଣ୍ଡି ଲାଲ୍‌ ବସ୍ତ୍ରରେ ସୁଶୋଭିତ ହୋଇଥିଲେ ଦାରୁଦିଅଁ । ଲାଗି ହୋଇଥିଲେ ବହୁମୂଲ୍ୟ ଅଳଙ୍କାର । ବେଶରେ ଥାଇ ଠାକୁରଙ୍କୁ ଝିମିରି ଫଗୁ ଲାଗି କରାଯାଇଥିଲା । ଏଥିସହ  ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଜଗନ୍ନାଥବଲ୍ଲଭ ମଠରେ ବିଜେ ହୋଇ ଦୋଳୋତ୍ସବ ନୀତି ସମ୍ପନ୍ନ ହୋଇଥିଲା । ଦିଅଁ ବିଜେ ସମୟରେ ବଡ଼ଦାଣ୍ଡରେ  ପୁଷ୍ପ ବୃଷ୍ଟି କରାଯାଉଥିବାର ଅପୂର୍ବ  ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଶ୍ରୀମନ୍ଦିର ରୀତିନୀତି କ୍ରମେ ପାଳିଆ ।  ସିଂହାରୀ ତଥା ପୁଷ୍ପାଳକ ସେବକମାନେ ଶ୍ରୀବିଗ୍ରହଙ୍କୁ ବେଶ  କରିଥିଲେ । ପୂଜାପଣ୍ଡା  ସାମନ୍ତ ଚାଚେରୀ ଭୋଗ  କରିଥିଲେ । ପରେ ପୂଜାପଣ୍ଡା,  ପତିମହାପାତ୍ର ଓ ମୁଦିରସ୍ତ ଘଣ୍ଟ  ଛତା ଓ କାହାଳି ସହ ଚନ୍ଦନ ଓ ଫଗୁ  ହସ୍ତରେ ଆଣି ତିନି ବାଡ଼ରେ ଲାଗି  ସହ ବନ୍ଦାପନା କରିଥିଲେ । ମୁଦିରସ୍ତ  ସେବକ ରତ୍ନସିଂହାସନ ତଳେ ଥାଇ ତିନି  ବାଡ଼ରେ ଝିମିରି ଫଗୁ ଅଞ୍ଜଳି କରିଥିଲେ । 

ଏଥିସହ  ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଓ  ଭୂଦେବୀଙ୍କ ସମେତ  ତିନି ଠାକୁରଙ୍କୁ  ଚାଚେରୀ ବେଶରେ  ସୁଶୋଭିତ କରାଯାଇଥିଲା । ସେଠାରେ ଫଗୁ, ଚନ୍ଦନ, ପ୍ରସାଦ  ଲାଗି ହୋଇ ବନ୍ଦାପନା ଓ ଆଲଟ  ଚାମର ନୀତି ବଢ଼ିଥିଲା । ପରମ୍ପରାକ୍ରମେ  ତିନି ଠାକୁରଙ୍କ ପ୍ରଭା ଉପରକୁ ଫଗୁ  ଫିଙ୍ଗାଯାଇଥିଲା । ପରେ ସୁସଜ୍ଜିତ  ବିମାନରେ ଠାକୁରଙ୍କୁ ନେଇ ବିମାନବଡ଼ୁ  ସେବକ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ  ମଠରେ ପହଞ୍ଚିଲେ । ସେଠାରେ ଦିଅଁଙ୍କ  ଫଗୁ ଅଞ୍ଜଳି, ପ୍ରସାଦ ଲାଗି, ବନ୍ଦାପନା,  ଚାମର ଓ ପନ୍ତି ଭୋଗ ନୀତି ସମ୍ପନ୍ନ ହେଲା । ଏହି ଅବସରରେ ଭଗବାନଙ୍କ  ଲାଗି ଫଗୁ ଆଣି ଭକ୍ତମାନେ ନିଜ ଅଙ୍ଗରେ  ଲଗାଇ ଭଗବତ୍‌ କୃପା ଲାଭ କରିଥିଲେ ।  

ମଠ ନୀତି ସମ୍ପନ୍ନ ପରେ ଠାକୁର  ଠାକୁରାଣୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ  କରିଥିଲେ । ଦଶମୀ ତିଥିଠାରୁ  ତ୍ରୟୋଦଶୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର  ଚାଚେରୀ ବେଶ ଅନୁଷ୍ଠିତ ହେବ ।  ଠାକୁରେ ଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା  କରି ଦୋଳ ଯାତ୍ରା ବିଧି ପାଳନ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.