ପୁରୀ ୦୯୦/୦୯: ଶ୍ରୀମନ୍ଦିରରେ ହେଲା ଶ୍ରୀଜିଉଙ୍କ ବଡ଼ ମହାସ୍ନାନ। ନୀତିକାନ୍ତି ସହ ବନ୍ଦ ରହିଲା ସର୍ବସାଧାରଣ ଦର୍ଶନ। ଭିତର କାଠ ପାଖରେ ଛେପ ପଡିଥିବାରୁ ବଡ଼ ମହାସ୍ନାନ କରାଯାଇଛି। ବଡ଼ ମହାସ୍ନାନ ସରିବା ପରେ ପୁଣି ନୀତିକାନ୍ତି ଆରମ୍ଭ ହେବ। ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ନିୟମିତ ଠାକୁରଙ୍କ ଦର୍ଶନ ଚାଲିଥାଏ । ହଠାତ୍ ଶ୍ରୀମନ୍ଦିର ଭିତର କାଠ ନିକଟରେ ଛେପ ପଡିଥିବାର ସେବାୟତ ଦେଖିବାକୁ ପାଇଥିଲେ। ପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ବନ୍ଦ କରାଯାଇଥିଲା। ନୀତି ଅନୁସାରେ ବଡ଼ଦେଉଳରେ ଶ୍ରୀଜିଉଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ମହାସ୍ନାନ ପରେ ପୁଣି ଥରେ ନୀତିକାନ୍ତି ଆରମ୍ଭ ହେବ ବୋଲି ସୂଚନା ମିିଳିଛି।