ପୁରୀ,୦୧/୦୬: ଶନିବାର ପୁଣି ଡ୍ରୋନ୍ ଶ୍ରୀମନ୍ଦିର ଭିଡିଓ ଭାଇରାଲ୍ ହୋଇଛି । ଷ୍ଟୋରି ବାଇ ନାରୁ ଗୋପାଳ ନାମକ ଏକ ଆକାଉଣ୍ଟରେ ପୋଷ୍ଟ ହୋଇଛି । ଜଣେ ଚୁନରା ସେବାୟତ ପତାକା ପରିବର୍ତ୍ତନ ଲାଗି ଯାଉଥିବା ବେଳେ ଅଧାବାଟରେ ନମସ୍କାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।
ସେହିଭଳି ମନ୍ଦିର ଉପର ଦୃଶ୍ୟ ମଧ୍ୟ ଭିଡିଓରେ ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଏଥିରେ ଚୁନରା ସେବକଙ୍କ ସମ୍ପୃକ୍ତ ରହିଥିବା ଅନୁମାନ କରାଯାଉଛି । ଯାହାକୁ ନେଇ ଜଗନ୍ନାଥପ୍ରେମୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀମନ୍ଦିର ଫଟୋ ଭାଇରାଲ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ କହୁଥିବା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଭିଡିଓ ଭାଇରାଲ୍ ପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି ।