ପୁରୀ,୦୧/୦୬: ଶନିବାର ପୁଣି ଡ୍ରୋନ୍ ଶ୍ରୀମନ୍ଦିର ଭିଡିଓ ଭାଇରାଲ୍‌ ହୋଇଛି ।  ଷ୍ଟୋରି ବାଇ ନାରୁ ଗୋପାଳ ନାମକ ଏକ  ଆକାଉଣ୍ଟରେ ପୋଷ୍ଟ ହୋଇଛି । ଜଣେ  ଚୁନରା ସେବାୟତ ପତାକା ପରିବର୍ତ୍ତନ  ଲାଗି ଯାଉଥିବା ବେଳେ ଅଧାବାଟରେ  ନମସ୍କାର କରୁଥିବା ଭିଡିଓରେ ଦେଖିବାକୁ  ମିଳିଛି । 

ସେହିଭଳି ମନ୍ଦିର ଉପର ଦୃଶ୍ୟ  ମଧ୍ୟ ଭିଡିଓରେ ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଏଥିରେ ଚୁନରା ସେବକଙ୍କ ସମ୍ପୃକ୍ତ ରହିଥିବା ଅନୁମାନ କରାଯାଉଛି । ଯାହାକୁ ନେଇ ଜଗନ୍ନାଥପ୍ରେମୀ ମହଲରେ  ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  ଶ୍ରୀମନ୍ଦିର ଫଟୋ ଭାଇରାଲ ହେଲେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ବୋଲି ପ୍ରଶାସନିକ ଅଧିକାରୀମାନେ  କହୁଥିବା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଭିଡିଓ ଭାଇରାଲ୍‌ ପରେ  କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି  ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି ।