ସିଡନୀ,୦୨/୧୧: ଗତ ଦିନିକିଆ ସିରିଜ (ତୃତୀୟ ମ୍ୟାଚ୍) ବେଳେ ଆହତ ହୋଇ ସିଡନୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଶ୍ରେୟାସ ଆୟର ଧିରେ ଧିରେ ସୁସ୍ଥ ହେଉଛନ୍ତି । ତାଙ୍କୁ ଶନିବାର ଡାକ୍ତରଖାନାରୁ ବାହାର କରାଯାଇଛି । ମାତ୍ର ସେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଅବସ୍ଥାନ କରିବେ । ସେଠାରେ ସେ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନେବେ । ବିମାନ ଯାତ୍ରା ପାଇଁ ତାଙ୍କୁ ଡାକ୍ତର ଅନୁମତି ଦେବା ପରେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ । ସିଡନୀରେ ଡାକ୍ତର କୋରୌଶ ହାଘିଘି ଓ ତାଙ୍କ ଟିମ ଆୟରଙ୍କ ଚିକିତ୍ସା କରିଥିଲେ । ମୁମ୍ବାଇର ପ୍ରତିଷ୍ଠିତ ସର୍ଜନ ଦିନଶ ପର୍ଡିୱାଲା ମଧ୍ୟ ଆୟରଙ୍କ ଚିକିତ୍ସାର ସମସ୍ତ ରିପୋର୍ଟ ଦେଖି ଆବଶ୍ୟକ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ, ତୃତୀୟ ଦିନିକିଆରେ ଡାଇଭ ମାରି ଏକ କ୍ୟାଚ ଧରିବା ସମୟରେ ଆୟର ଗୁରୁତର ଆହତ ହୋଇଥିଲେ ।