ନୂଆଦିଲ୍ଲୀ,୨୫।୭:  ସେପ୍ଟେମ୍ବର-ଅକ୍ଟୋବରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଖେଳିବାକୁ ଯାଉଛି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍। ତେବେ ସବୁଠାରୁ ବଡ଼ କଥା ହେଲା ଭାରତୀୟ ଟିମ୍‌ର ବହୁ ଷ୍ଟାର ଖେଳାଳି ଏଥିରେ ଖେଳିବେନି। ଏହାର କାରଣ ହେଉଛି ଏସିଆନ୍ ଗେମ୍ସ ୨୦୨୬। କ୍ରିକେଟ୍ ପ୍ରତିଯୋଗିତା ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପ୍ରାୟ ଗୋଟିଏ ସମୟରେ ହିଁ ଆୟୋଜିତ ହେବ ।

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ସେପ୍ଟେମ୍ବର ୨୭ ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସରେ ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ସେପ୍ଟେମ୍ବର ୨୪ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ। ଦୁଇଟି ଟୁର୍ଣ୍ଣାମେଣ୍ଟର ମୁକାବିଲା ତାରିଖ ଯୋଗୁଁ, ଭାରତୀୟ ଚୟନକର୍ତ୍ତାଙ୍କୁ ଦୁଇଟି ପୃଥକ ଦଳ ସ୍କ୍ବାର୍ଡ ପ୍ରସ୍ତୁତ କରିବାକୁ ହେବ।

ଏସିଆନ୍ ଗେମ୍ସ ପାଇଁ ଚୟନ ହୋଇଥିବା ଭାରତୀୟ ଟି-୨୦ ଟିମ୍‌ ସାମିଲ ୮ ଖେଳାଳି ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଓ୍ବାନଡେ୍ ସିରିଜ୍ରେ ଉପଲବ୍ଧ ହେବନି। ଏହି ସୂଚୀରେ ଶ୍ରେୟସ ଆୟର,ଜସପ୍ରୀତ ବୁମରାହ, ଇରାନ କିଶନ, ଅକ୍ଷର ପଟେଲ, ଓ୍ବାଶିଂଟନ୍ ସୁନ୍ଦର, ଅର୍ଶଦ୍ବୀପ ସିଂହ, ହର୍ଷିତ ରାଣା ଓ ନୀତୀଶ କୁମାର ରେଡ୍ଡୀ ସାମଲ ଅଛନ୍ତି।

ଏଥିରେ ଶ୍ରେୟସ ଆୟର, ଜସପ୍ରୀତ ବୁମରାହ, ଇଶନ, କିଶନ, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର ଓ ଅର୍ଶଦ୍ବୀପ ସିଂହ ନିକଯରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ଭାରତୀୟ ଟିମ୍ ପକ୍ଷରୁ ଖେଳୁଥିଲେ। ସେଭଳି ନୀତୀଶ କୁମାର ରେଡ୍ହୀ ଓ ହର୍ଷିତ ରାଣା ଆଘାତ କାରଣରୁ ସିରିଜ୍ରେ ଖେଳୁନଥିଲେ।

ଜାଡେଜା-ରୁତୁରାଜଙ୍କ ହୋଇପାରେ ଏଣ୍ଟ୍ରି

୮ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ସିଲେକ୍ଯରଙ୍କ ପାଇଁ ଚ୍ୟାଲେଞ୍ଜ ନିହାତି ରହିବ, କିନ୍ତୁ ଏହାଦ୍ବାରା କିଛି ଯୁବ ଓ ଅନୁଭବୀ ଖେଳାଳିଙ୍କ ପାଇଁ ଭାରତୀୟ ଟିମ୍‌ରେ ସ୍ଥାନ ପାଇବାର ସୁବର୍ଣ୍ଣ ସୁଯୋଗ ମଧ୍ୟ ମିଳିଯିବ। ଏଭଳି ଖେଳାଳିଙ୍କ ଭିତରେ ଯଶସ୍ୱୀ ଜୟସୱାଲ, ରୁତୁରାଜ ଗାୟକଓ୍ବାଡ, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷ ଦୁବେ, ପ୍ରିନ୍ସ ଯାଦବ, ଗୁରୁନର ବରାର ଓ ଆୟୁଷ ବଦୋନି ମଧ୍ୟ ରହିଛନ୍ତି। ଏଥିରେ କିଛି ଖେଳାଳିଙ୍କୁ ଓ୍ବାନଡେ ଖେଳିବାର ଖୁବ୍ ଅନୁଭବ ରହିଛି। ସେଭଳି ଆଉ କିଛି ନିକଟରେ ଭାରତୀୟ ଟିମ୍ ସହ ମଧ୍ୟ ଯୋଡି ହୋଇଛନ୍ତି।

ଏସିଆନ୍ ଗେମ୍ସ ୨୦୨୬ ରେ ଶ୍ରେୟସ ଆୟର ଭାରତର କ୍ୟାପଟେନ୍ ରହିବେ। ସେଭଳି ତିଲକ ବର୍ମା ଭାଇସ୍-କ୍ୟାପଟେନ୍ ରହିବେ। ଟିମ୍ରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ଇଶାନ କିଷନ, ଶିବମ ଦୁବେ, ବୈଭବ ସୂର୍ଯ୍ୟବଂଶର, ନୀତୀଶ କୁମାର ରେଡ୍ହୀ, ଅକ୍ଷର ପଟେଲ, ଓ୍ବାଶିଂଯନ୍ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଜସପ୍ରୀତ ବୁମରାହ,ହର୍ଷିତ ରାଣା ଓ ଅର୍ଶଦ୍ବୀପ ସିଂହଙ୍କ ଭଳି ଖେଳାଳି ରହିଛନ୍ତି।

ଏସିଆନ୍ ଗେମ୍ସରେ ସ୍ବର୍ଣ୍ଣ ପଦକ ଆଶା ବଜାୟ ରଖିବା ଓ ଏହା ସହ ଓ୍ବେଷ୍ଟଇଣ୍ଡିଜର ବିପକ୍ଷ ଦିନିକିଆ ସିରିଜ୍ରେ ମଜବୁତ ପ୍ରଦର୍ଶନ କରିବା, ଦୁହେଁ ବିସିସିଆଇ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଏଭଳି ସିଲେକ୍ଟରଙ୍କ ନଜର ସେହି ଖେଳାଳିଙ୍କ ଉପରେ ରହିବ, ଯେଉଁମାନେ ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରେ ଖେଳିବାର ଅପେକ୍ଷାରେ ଅଛନ୍ତି। ଏହା ହିଁ ହେଉଛି ସେମାନଙ୍କ ପାଇଁ ଉପଯୁକ୍ତ ସମୟ। ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ସିରିଜ୍ ଭାରତୀୟ କ୍ରିକେଟ୍‌ରେ ବହୁ ନୂଆ ଷ୍ଟାର ଖେଳାଳି ବି ଦେଇପାରେ।

ଆହୁରି ପଢନ୍ତୁ : Vaibhav Sooryavanshi: ବିସ୍ଫୋରକ ବୈଭବଙ୍କୁ ନେଇ ଭାରତ ଲଙ୍ଗ୍‌ ଟର୍ମ ପ୍ଲାନ କଣ ? କୋଚ୍‌ କଲେ ବଡ଼ ଖୁଲାସା