ନୂଆଦିଲ୍ଲୀ,୦୫/୦୭; ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଚାରି ୱିକେଟରେ ପରାସ୍ତ ହୋଇଛି । ଶନିବାର, ଜୁଲାଇ ୪ ତାରିଖରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରୋଫୋର୍ଡରେ ଖେଳାଯାଇଥିବା ମ୍ୟାଚରେ ବଡ଼ ଟର୍ଣ୍ଣିଂ ପଏଣ୍ଟ ଥିଲା ରବି ବିଷ୍ଣୋଇଙ୍କର ୧୭ ତମ ଓଭର । ଯେଉଁଥିରେ ସେ ୨୯ ରନ୍ ଦେଇଥିଲେ । ଏହି ଓଭର ପ୍ରାୟତଃ ଭାରତଠାକୁ ବିଜୟ ଛଡାଇ ନେଇଥିଲା । ପରାଜୟ ପରେ ଶ୍ରେୟସ ଆୟର ନିରାଶ ଏବଂ କ୍ରୋଧିତ ଦେଖାଯାଉଥିଲେ କିନ୍ତୁ ଅଧିନାୟକ ପରାଜୟ ପାଇଁ କୌଣସି ଜଣେ ଖେଳାଳିଙ୍କୁ ଦାୟୀ କରିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ। ମାଞ୍ଚେଷ୍ଟରର ୱଲ୍ଡ ଟ୍ରାଫୋର୍ଡରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ହରାଇ ୧୯୦ ରନ୍ କରିଥିଲା . ଗୋଟିଏ ସମୟରେ ଇଂଲଣ୍ଡ ୧୬ ଓଭରରେ ୧୪୨ ରନ୍ କରି ୫ ୱିକେଟ୍ ହରାଇଥିଲା । ଭାରତ ବିଜୟ ଆଡ଼କୁ ଆଗ୍ରସର ହେଉଥିବା ପରି ମନେ ହେଉଥିଲା । କିନ୍ତୁ ପରେ ମ୍ୟାଚ୍ ପଲଟିଯାଇଥିଲା ।

'କୌଣସି ଜଣେ ଖେଳାଳି ଦାୟୀ ନୁହନ୍ତୁ'- ଅଧିନାୟକ ଶ୍ରେୟସ ଆୟର ୧୭ତମ ଓଭର ରବି ବିଷ୍ଣୋଇଙ୍କୁ ଦେଇଥିଲେ । ଓଭରଟି ଏକ ନୋ-ବଲ୍ ସହିତ ଆରମ୍ଭ ହୋଇଥିଲା, ଯାହା ପରେ ଜ୍ୟାକବ୍ ବେଥେଲ୍ ଏକ ଫ୍ରି ହିଟ୍ ରେ ଛକା ମାରିଥିଲେ। ତା’ପରେ ବିଷ୍ଣୋଇ ଆଉ ଏକ ନୋ-ବଲ୍ ପକାଇଥିଲେ। ବେଥେଲ୍ ଏହାର ପୂର୍ଣ୍ଣ ଫାଇଦା ଉଠାଇ ଓଭର ସାରା ବଡ଼ ସଟ୍ ମାରିଥିଲେ। ଏହି ଓଭରରେ ଇଂଲଣ୍ଡ ୨୯ ରନ୍ କରିଥିଲା, ଯାହା ମ୍ୟାଚକୁ ସମ୍ପୂର୍ଣ୍ଣ ଭାରତ ନିଜ ସପକ୍ଷରେ କରିଥିଲା । ଶ୍ରେୟସ ଆୟର କହିଛନ୍ତି ଯେ, ସେ ପରାଜୟ ପାଇଁ କୌଣସି ଜଣେ ଖେଳାଳିଙ୍କୁ ଦୋଷ ଦେବାକୁ ଚାହାଁନ୍ତି ନାହିଁ । "ଆମେ ସମସ୍ତେ ଜାଣୁ ଯେ ମ୍ୟାଚ୍ ଆମ ହାତରୁ କେଉଁଠାରେ ଖସିଗଲା, କିନ୍ତୁ ମୁଁ କୌଣସି ଜଣେ ଖେଳାଳିଙ୍କ ଉପରେ ଆଙ୍ଗୁଠି ଉଠାଇବାକୁ ଚାହୁଁନାହିଁ । ମୁଁ ନିଶ୍ଚିତ ଥିଲି ଯେ ପ୍ରଥମ ନୋ-ବଲ୍ ପରେ ରବି ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବେ। ହଁ, ୧୭ତମ ଓଭର ଆମକୁ କ୍ଷତି ପହଞ୍ଚାଇଥିଲା, କିନ୍ତୁ ଆମେ ଏଥିରୁ ଶିଖିବୁ । ଯୁବ ଇଂଲଣ୍ଡ ବ୍ୟାଟର ଜାକବ ବେଥେଲଙ୍କୁ ପ୍ରଶଂସା କରିଛନ୍ତି ଆୟର । ସେ କହିଥିଲେ ଯେ, ବେଥେଲଙ୍କ ନିର୍ଭୀକ ବ୍ୟାଟିଂ ମ୍ୟାଚ୍ର ଗତିପଥ ବଦଳାଇ ଦେଇଥିଲା ।

ଏହା ବି ପଢନ୍ତୁ...Ind vs Eng: ଟିମ୍ ଇଣ୍ଡିଆ ପରାଜୟର ୪ ବଡ଼ କାରଣ, ଗୋଟିଏ ଓଭର ଛଡାଇ ନେଲା ମ୍ୟାଚ୍  

ଆୟରଙ୍କ ନେତୃତ୍ୱରେ ଜିତିନି ଭାରତ- ଭାରତୀୟ ଟି-ଟ୍ୱେଣ୍ଟି ଦଳରେ ନୂଆ କରି ନେତୃତ୍ୱ ନେଇଥିବା ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏ ପର୍ଯ୍ୟନ୍ତ ଭାରତ ଗୋଟିଏ ବି ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିନାହିଁ । ଆୟର୍ଲାଣ୍ଡଠାରୁ ୨-୦ରେ ସିରିଜ ହାରିବା ପରେ ଇଂଲଣ୍ଡ ବିପକ୍ଷରେ ଏହା ଆୟରଙ୍କ ପାଇଁ ଆଗ୍ନି ପରୀକ୍ଷା ସାମାନ ହୋଇଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ତୃତୀୟ ମ୍ୟାଚ୍ ୭ ଜୁଲାଇରେ ନଟିଂହାମର ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବ । ଏହି ମ୍ୟାଚ୍ ଜିତି ଭାରତୀୟ ଦଳ ଟି-୨୦ ସିରିଜକୁ ୧-୧ରେ ସମାନ କରିବାକୁ ଚେଷ୍ଟା କରିବ । ନୂଆ ଟି-ଟ୍ୱେଣ୍ଟି ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଗୋଟିଏ ବି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତି ନାହିଁ ।