ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

BCCI କରୁଛି ବଡ ପ୍ଲାନ; ଶ୍ରେୟସ ଆୟରଙ୍କୁ ମିଳିପାରେ ବଡ ଉପହାର

Published By : Ankita S | March 7, 2025 2:16 PM

ନୂଆଦିଲ୍ଲୀ,୦୭/୦୩: କିଛି ଖେଳାଳି ଥାନ୍ତି ତାଙ୍କ କାମ କଥା କୁହେ । ସେମିତି ଜଣେ ପ୍ଲେୟାର ହେଉଛନ୍ତି ଶ୍ରେୟାସ ଆୟର । ୨୦୨୩ ଦିନିକିଆ ବିଶ୍ବକପଠୁ ନେଇ ଜାରି ଥିବା ଚାମ୍ପିଅନ୍ସ ଟ୍ରଫି ଯାଏ ତାଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଶ୍ରେୟସ ଆୟରଙ୍କ ପାଇଁ ଖୁବଶୀଘ୍ର ଭଲ ଦିନ ଆସିବାକୁ ଯାଉଛି । ଖରାପ ଫର୍ମ ପାଇଁ ଦିନେ ତାଙ୍କ ପାଖରୁ ଯାହା ଚାଲି ଯାଇଥିଲା ତାକୁ ଫେରି ପାଇବାକୁ ଯାଉଛନ୍ତି ଶ୍ରେୟସ ଆୟର । ଏ ନେଇ ବିସିସିଆଇ ଏକ ବଡ ପ୍ଲାନ କରିବାକୁ ଯାଉଛି । ଚାମ୍ପିଅନ୍ସ ଟ୍ରଫି ଶେଷ ହେବା ପରେ ଖେଳାଳିଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ରିଭ୍ୟୁ କରିବ । ଯେଉଁଥିରେ ଶ୍ରେୟସ ଆୟରଙ୍କ ଏଣ୍ଟ୍ରୀ ହୋଇପାରେ ।

କଣ୍ଟ୍ରାକ୍ଟ ଫେରି ପାଇବେ ଆୟର! ବିସିସିଆଇର ବାର୍ଷିକ କଣ୍ଟ୍ରାକ୍ଟରୁ ବାଦ୍ ପଡିଥିଲେ କି ଥିଲେ ଆୟର ? ସେ ଘରୋଇ କ୍ରିକେଟ ନ ଖେଳି ବିସିସିଆଇ ନିୟମ ଉଲ୍ଲଘଂନ କରିଥିଲେ । ତେଣୁ ତାଙ୍କୁ ବାର୍ଷିକ ଚୁକ୍ତିରୁ ବାଦ ଦିଆଯାଇଥିଲା । ଏବେ କାହାଣୀ ବଦଳି ଯାଇଛି । ବର୍ତ୍ତମାନ ଶ୍ରେୟସ ଯେଉଁ ଫର୍ମରେ ରହିଛନ୍ତି ତାକୁ ଏବେ ଚର୍ଚ୍ଚା । ସେ ପୁଣି ବିସିସିଆଇ ବାର୍ଷିକ ଚୁକ୍ତି ଫେରି ପାଇବା ନେଇ ଜଣାପଡିଛି । ଏ ନେଇ ବିସିସିଆଇ ବଡ ପ୍ଲାନ କରୁଥିବା ରିପୋର୍ଟ ସୁତ୍ରରୁ ସୂଚନା ମିଳିଛି ।

ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ନିଷ୍ପତ୍ତି ନେବ BCCI  - ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ପରେ ଖେଳାଳିଙ୍କ ବାର୍ଷିକ ଚୁକ୍ତିରେ ରିଭ୍ୟୁ କରିବାକୁ ନିଷ୍ପତ୍ତି ନେଇଛି । କାରଣ ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ପ୍ରଦର୍ଶନକୁ ସମୀକ୍ଷା କରିବ । ଖେଳାଳିଙ୍କ ଗ୍ରେଡକୁ ନେଇ ତିନି ଫର୍ମାଟରେ ପ୍ରଦର୍ଶନ ଆଧାରରେ ନୂଆ କଣ୍ଟ୍ରାକ୍ଟରେ ନିଷ୍ପତ୍ତି ହେବ । ଗ୍ରେଡ୍ ଏ ପ୍ଲାନର ମଧ୍ୟ ସମୀକ୍ଷା କରିବ । ଯେଉଁଥିରେ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜା ଅଛନ୍ତି ।

ଅଧିକ ପଢନ୍ତୁ...ସାଇଲେଣ୍ଟ କିଲର ଶ୍ରେୟସ ଆୟର; ଚାମ୍ପିଅନ୍ସ ଟ୍ରଫିରେ ବିପକ୍ଷ ପାଇଁ ସାଜିଛନ୍ତି କଣ୍ଟା

ରୋ-କୋଙ୍କ ଜାଗା ନେବେ ଆୟର- ରିପୋର୍ଟ ଅନୁସାରେ, ଆସିବାକୁ ଥିବା ନୂଆ ବାର୍ଷିକ ଚୁକ୍ତିରେ ରୋହିତ-ବିରାଟ କୋହଲି ଏବଂ ଜାଡେଜାଙ୍କ ସ୍ଥାନରେ ପରିବର୍ତ୍ତନ ହୋଇପାରେ । ଏହି ୩ ଖେଳାଳି ଟପ୍ ଗ୍ରେଡ୍ ଅର୍ଥାତ ଗ୍ରେଡ ଏ ପ୍ଲସରୁ ବାଦ ପଡି ପାରନ୍ତି । କାରଣ ବିସିସିଆଇ କେବଳ ସେହି ଖେଳାଳିଙ୍କୁ ସାମିଲ କରିବାକୁ ଯାଉଛି ଯିଏ ଫର୍ମରେ ଅଛନ୍ତି । ରୋହିତ-କୋହଲି ଓ ଜାଡେଜା ଟି-ଟ୍ବେଣ୍ଟିରୁ ସନ୍ୟାସ ନେଇ ସାରିଛନ୍ତି । ଟେଷ୍ଟରେ ସେମାନଙ୍କର ପ୍ରଦର୍ଶନ  ସେତେ ଭଲ ନାହିଁ । ତେଣୁ ତାଙ୍କ ସ୍ଥାନ ନେଇ ପାରନ୍ତି ଶ୍ରେୟସ ଆୟର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.