ନୂଆଦିଲ୍ଲୀ,୦୧/୦୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ । ଆୟର୍ଲାଣ୍ଡଠାରୁ ହାରିବା ପରେ ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏହି ସିରିଜ କୌଣସି ଅଗ୍ନି ପରୀକ୍ଷାଠୁ କମ୍ ନୁହେଁ । ସନ୍ଧ୍ୟାରେ ଷ୍ଟ୍ରୀଟ୍ ଗ୍ରାଉଣ୍ଡ୍ରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା । ସମସ୍ତଙ୍କ ନଜର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିଛି । କଣ ବୈଭବ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିବେ କି ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟି ପୂର୍ବରୁ ଅଧିନାୟକ ଶ୍ରେୟସ ଆୟରଙ୍କୁ ବୈଭବ ସୂର୍ଯ୍ୟବଂଶୀଙ୍କ ପଦାର୍ପଣ ବାବଦରେ ପ୍ରଶ୍ନ ପଚରାଯାଇଥିଲା । ସେ ଯେଉଁ ଉତ୍ତର ଦେଲେ ତାଙ୍କୁ ନେଇ ହଇଚଇ ସୃଷ୍ଟି ହୋଇଛି । ଆୟର୍ଲାଣ୍ଡ ବିପକ୍ଷରେ ବୈଭବଙ୍କୁ ସୁଯୋଗ ମିଳିନଥିଲା । ତେଣୁ ଇଂଲଣ୍ଡ ବିପକ୍ଷରେ ତାଙ୍କର ଡେବ୍ୟୁ ହୋଇପାରେ ବୋଲି ଆଶ ରଖିଛନ୍ତି ଫ୍ୟାନ୍ସ । ବୈଭବଙ୍କ ପଦାର୍ପଣ ବାବଦରେ କ୍ୟାପ୍ଟେନ୍ ଆୟରଙ୍କୁ ପ୍ରଶ୍ନ କରାଯାଇଥିଲା କି, କ୍ୟାପ୍ଟେନ୍ ଏବଂ କୋଚଙ୍କ ପାଇଁ ବହୁତ କଠିନ, ସବୁଠି ବୈଭବ-ବୈଭବ ଚର୍ଚ୍ଚା ହେଉଛି । ଅଧିନାୟକ ଆୟର ଦେଇଥିବା ଉତ୍ତରରେ ଫ୍ୟାନ୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଉତ୍ତରରେ ଆୟର କହିଥିଲେ, ''ମୁଁ ତ ଦେଖିନାହିଁ କି କିଛି ଶୁଣିନାହିଁ । ସତରେ ମୁଁ କିଛି ଜାଣିନାହିଁ । ମୁଁ ଆପଣଙ୍କ ନ୍ୟୁଜ ଫଲୋ କରେନାହିଁ । କି ଇନଷ୍ଟା କି କୌଣସି ସୋସିଆଲ ମିଡିଆରେ ନ୍ୟୁଜ ଦେଖେନାହିଁ । ମୋତେ ତ କିଛି ନ୍ୟୁଜ ଶୁଣିବାକୁ ମିଳିନାହିଁ ।'' କ୍ୟାପ୍ଟେନ୍ ଶ୍ରେୟସ ଆୟରଙ୍କ ଏପରି ଉତ୍ତର ବୈଭବଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି । ଆୟରଙ୍କ ଅଧିନାୟକତ୍ୱରେ ଆୟର୍ଲାଣ୍ଡ ବିପକ୍ଷରେ ୨-୦ରେ ଟି-ଟ୍ୱେଣ୍ଟି ସିରିଜ ହାରିଥିଲା ଭାରତ । ଆଇପିଏଲରେ ଧମାକା ପରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟର୍ଲାଣ୍ଡ ଏବଂ ଇଲଂଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଥିଲା । ପୁରା ଦୁନିଆ ବ୍ୟାଟିଂ ବିସ୍ମୟ ବୈଭବଙ୍କ ଡେବ୍ୟୁକୁ ଅପେକ୍ଷା କରିଥିବା ବେଳେ ଅଧିନାୟକଙ୍କ ଏପରି ଶୈଳୀରେ ଉତ୍ତର ଦେବା ଫ୍ୟାନ୍ସଙ୍କୁ ନିରାଶ କରିଛି ।
ବୈଭବ ଟି-ଟ୍ୱେଣ୍ଟି ଡେବ୍ୟୁ କରିବେ ନା ନାହିଁ ଶ୍ରେୟସ ଆୟର ତାର ଖୁଲାସା କରିନାହାନ୍ତି । ହେଲେ ସେ କହିଛନ୍ତି ବୈଭବ ଜଣେ ଦମଦାର ପ୍ଲେୟାର । ତାଙ୍କୁ ଯେବେ ବି ସୁଯୋଗ ମିଳିବ ସେ ଭଲ ପ୍ରଦର୍ଶନ କରିବେ । ଶ୍ରେୟସ ପ୍ଲେଇଂ ଏକାଦଶର ବି ଖୁଲାସା କରିନାହାନ୍ତି । କାରଣ ସେ ବିରୋଧୀ ଟିମକୁ ତାଙ୍କର କମ୍ବିନେସନ କହିବାକୁ ଚାହୁଁନାହାନ୍ତି ।
ଶ୍ରେୟସ ଆୟରଙ୍କ ଏପରି ଶୈଳୀରେ ଉତ୍ତର ଦେବାକୁ ସମାଲୋଚନା କରାଯାଇଛି । ଇଣ୍ଡିଆନ କ୍ରିକେଟ୍ ମିନିଷ୍ଟ୍ରୀ ଏକ୍ସ ୟୁଜରରେ ତାଙ୍କୁ ଅହଂକାରୀ ବୋଲି କୁହାଯାଇଛି । ୨୦ ବର୍ଷର ଅଭିଜ୍ଞତା ଥିବା ଜଣେ କ୍ରୀଡା ସାମ୍ବାଦିକଙ୍କ ପ୍ରଶ୍ନରେ ଏପରି ଉତ୍ତରକୁ ଗ୍ରହଣ କରାଯାଇନାହିଁ ।
🚨 Shreyas Iyer is such an arrogant person:
— Indian Cricket Ministry (@Tejashyyyyyy) June 30, 2026
The journalist who asked the question is Vimal Kumar. He is the most respected journalist in Indian sports and he has been working for more than 20 years in the sports industry.
Shreyas said that, "I don't follow your channel and I… pic.twitter.com/97FR4MUn7A
'ବିଶ୍ୱକପ ବିଜେତାଙ୍କୁ ସମର୍ଥନ ଜରୁରୀ'- ଆୟର କହିଛନ୍ତି, "ଦଳର ପ୍ରତ୍ୟେକ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି । ସମସ୍ତଙ୍କୁ ସମର୍ଥନ ଏବଂ ସୁରକ୍ଷା ଦିଆଯିବା ଆବଶ୍ୟକ ଯାହା ଦ୍ୱାରା ସେମାନେ ଆତ୍ମବିଶ୍ୱାସୀ ଅନୁଭବ କରିପାରିବେ । ଗତ ବିଶ୍ୱକପ୍ ଜିତିବାରେ ଆମକୁ ସାହାଯ୍ୟ କରିଥିବା ଲୋକଙ୍କୁ ସମର୍ଥନ କରିବା ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ପାଖରେ ଟି-୨୦ କିପରି ଖେଳିବେ ସେ ବିଷୟରେ ମଧ୍ୟ ଏକ ଧାରଣା ଅଛି, କାରଣ ସେମାନେ ଏହି ଫର୍ମାଟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। "