ନବରଙ୍ଗପୁର,୩।୬(ଆପ୍ର) : ନବରଙ୍ଗପୁର ଜିଲ୍ଲାର ରାଇଘର ଠାରୁ ହାଇଦ୍ରାବାଦକୁ ଗଡିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ଏହାକୁ ଭର୍ଚ୍ଚୁଆଲ ମାଧ୍ଯମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀଜଗନ୍ନାଥ ପ୍ରିମିୟମ ଭଲଭୋ ବସ୍ କୁ ଉଦ୍ଘାଟନ କରିଛନ୍ତି। ରାଇଘର ଠାରୁ ହାଇଦ୍ରାବାଦ ଦୀର୍ଘ ୭୫୨ କି.ମି ସଂପୂର୍ଣ୍ଣ ଭାବେ ଶୀତତାପନିୟନ୍ତ୍ରିତ ସେବା ମିଳିବ ।
ରାଇଘର ଠାରୁ ହାଇଦ୍ରାବାଦ ବସ୍ ଟିକଟ ମୂଲ୍ୟ ପୁରୁଷଙ୍କ ପାଇଁ ୧୬୫୦ ଟଙ୍କା ରହିଥିବା ବେଳେ ମହିଳାଙ୍କ ପାଇଁ ଟିକଟର ମୂଲ୍ୟ ୫୦ ପ୍ରତିଶତ ରଖାଯାଇଛି। ଶ୍ରୀଜଗନ୍ନାଥ ଏକ୍ସପ୍ରେସ ପ୍ରତିଦିନ ସାଢେ ୪ଟାରେ ରାଇଘର ଠାରୁ ବାହାରି ଉମରୋକୋଟ, ନବରଙ୍ଗପୁର, ଜୟପୁର, ମାଲକାନଗିରି, ମୋଟୁ, ଭାଦ୍ରାଚଲମ୍ ଓ ଖଡ୍ଗମ ଦେଇ ହାଇଦ୍ରାବାଦକୁ ସକାଳା ୫ଟାରେ ପହଞ୍ଚିବ ବୋଲି ଜଣାପଡିଛି।
ଜିଲ୍ଲାପାଳଙ୍କ ଓସ୍ବାନ ହଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ର ଯୋଗଦେଇ ନୂତନ ବସ୍ର ପୂଜାର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଓଡିଶାରାଜ୍ୟ ସଡକ ପରିବହନ ନିଗମର ପରିଚାଳକ ସନ୍ତୋଷ କୁମାର ନାୟକ ପରିଚାଳନା କରିଥିବା ବେଳେ ସମ୍ମାନୀତ ଅତିଥୁ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଜିଲ୍ଲାପରିଷଦ ସିଡିଓ ବିରଞ୍ଚିନାରାୟଣ ଦରଓ୍ବାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଆରଟିଓ ଜିତେନ୍ଦ୍ର କୁମାର ଭୋଇ, ଜିଲ୍ଲାସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।