ନୂଆଦିଲ୍ଲୀ: ମଥୁରା ଶ୍ରୀକୃଷ୍ଣ ଜନ୍ମଭୁମି ଏବଂ ଶାହି ଇଦଗାହ ମସଜିଦ ବିବାଦ ସହ ଜଡିତ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି।ଏହି ପ୍ରସଙ୍ଗରେ ମଙ୍ଗଳବାର ଶୁଣାଣି କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏହି ମାମଲାରେ ଦାଖଲ ହୋଇଥିବା ଦାବିକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଆଶୁତୋଷ ପାଣ୍ଡେ ଏହି ଦାବି କରିଥିଲେ ।
ଏହି ଆବେଦନରେ ବିବାଦ ସହ ଜଡିତ ମାମଲାକୁ ଦୈନନ୍ଦିନ କ୍ରମରେ ( Day to day basis) ଶୁଣାଣି କରିବାକୁ ଏକ ଦାବି କରାଯାଇଥିଲା। କୁହାଯାଇଥିଲା ଯେ ଏହି ପ୍ରସଙ୍ଗଟି ଜାତୀୟ ସ୍ବାର୍ଥ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିରେ କୋଟି କୋଟି ସନାତନ ଧର୍ମୀଙ୍କ ଭାବାବେଗ ରହିଛି । ତେଣୁ ଦୈନନ୍ଦିନ କ୍ରମରେ ଏହି ମାମଲାର ଶୁଣାଣି ହେବା ଉଚିତ ଏବଂ ଶୀଘ୍ର ସମାଧାନ ହେବା ଉଚିତ୍ ବୋଲି ଦାବି କରାଯାଇଥିଲା। ମାମଲାର ଶୁଣାଣି କରୁଥିବା କୋର୍ଟ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ହାଇକୋର୍ଟ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା କାରଣରୁ ହିନ୍ଦୁ ଦଳକୁ ଏକ ବଡ଼ ଝଟକା ଲାଗିଛି । ଏହି ଆବେଦନ କରିଥିବା ଆଶୁତୋଷ ପାଣ୍ଡେ କହିଛନ୍ତି ଯେ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ନିଷ୍ପତ୍ତି ବିରୋଧରେ ସେ ଆବେଦନ କରିବେ।