ପ୍ରମୂଖ ଖବର
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ସୁନାବେଶରେ ଚମକିଲେ ଶ୍ରୀଜିଉ; ଭଜନ ସନ୍ଧ୍ୟାରେ ପ୍ରକମ୍ପିତ ହେଉଛି ନବରଙ୍ଗପୁର ସହର

Published By : Soubhagya Ranjan | July 6, 2025 9:00 PM

ନବରଙ୍ଗପୁର,୬/୭: ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୁରତୀଙ୍କ ସୁନାବେଶ ସାରା ବିଶ୍ବ ଦେଖୁଥିବା ବେଳେ ଏବେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହୋଇଛି। ନବରଙ୍ଗପୁରେ ମଧ୍ୟ ସୁନାବେଶରେ ଚମକିଛନ୍ତି ଶ୍ରୀଜିଉ। ପୂଜାର୍ଚ୍ଚନ ଓ ଅଧରପଣା ପରେ ରାଜାବେଶରେ ଶ୍ରୀଜିଉଙ୍କୁ ପାଟବସ୍ତ୍ର, ସ୍ବର୍ଣ୍ଣ  ଓ ପୁଷ୍ପ ଅଳଙ୍କାରେ ସଜ୍ଜିତ କରାଯାଇଥିଲା । ବର୍ଷକୁ ଥରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରିବାକୁ ଝିପ୍ ଝିପ୍ ବର୍ଷା ସତ୍ତ୍ୱେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରାତି ସାଢ଼େ ୧୦ ଟା ପର୍ଯ୍ୟନ୍ତ ସୁନାବେଶ ଦର୍ଶନ ପରେ ହରିଶୟନ କରିଥିଲେ। ସେଭଳି ଏକାଦଶୀ ଥିବା ଯୋଗୁ ଭୋରୁ ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ଭକ୍ତଙ୍କ ଲମ୍ବାଧାଡ଼ି ଲାଗିଥିବା ଦେଖିବାକୁ ମିଳିଥିଲା। ରବିବାର ରାତି ଶ୍ରୀଜୀଉ ରଥ ଉପରେ ସୁନାବେଶରେ ଦର୍ଶନରେ ଦେଇଛନ୍ତି। ଆସନ୍ତା କାଲି ନୀଳାଦ୍ରୀବିଜେ କରିବେ ତିନିମୁରତୀ। ସେଭଳି ଜଗନ୍ନାଥ ସଂସ୍କୃତିର ଧାରାବୀବରଣି ଚାଲିଥିବା ବେଳେ ଭଜନ ସନ୍ଧ୍ୟାର ମଧ୍ୟ ପ୍ରକମ୍ପିତ ହେଉଛି ସାରା ନବରଙ୍ଗପୁର ସହର।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.