ଭୁବନେଶ୍ୱର, ୩୧/୦୫: ଶିଆଳି ନିକଟରେ କୂଳ ଲଙ୍ଘିଲା ସମୁଦ୍ର । ହଠାତ ସମୂଦ୍ର ସ୍ଥଳ ଭାଗ ଆଡ଼କୁ ମାଡି ଆସିବା ସହ ଶିଆଳି ବେଳାଭୂମି ବଜାର ଓ ଜନବସତିରେ ଲୁଣି ପାଣି ମାଡ଼ି ଯାଇଥିଲା ।
ହଠାତ ସମୁଦ୍ର ମାଡ଼ି ଆସିବା ଯୋଗୁ ବେଳା ଭୂମିରେ ଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ପଡ଼ିଥିଲେ । ଶିଆଳି ନିକଟରେ ଦୀର୍ଘ ବର୍ଷ ହେଲା ସମୂଦ୍ର କୂଳ ଲଙ୍ଘି ଚାଲିଥିବା ଯୋଗୁ ଏଠାରେ ଥିବା ଭିୟୁ ଟାୱାର ସମୁଦ୍ର ଗର୍ଭରେ ବର୍ଷେ ତଳେ ଲୀନ ହୋଇସାରିଛି । ଏହାସହ ବ୍ୟାପକ ଝାଉଁ ଜଙ୍ଗଲ ମଧ୍ୟ କ୍ଷତିଗସ୍ତ ହେବାରେ ଲାଗିଛି ।