ମୁମ୍ବାଇ,୩୦/୦୭: ଅପେକ୍ଷାର ହେଲା ଅନ୍ତ। ଖୁବଶୀଘ୍ର ପରଦାକୁ ଆସୁଛି ସିଦ୍ଧାର୍ଥ ମଲହୋତ୍ରା ଓ ଜାହ୍ନବୀ କପୁରଙ୍କ ରୋମାଣ୍ଟିକ ଫିଲ୍ମ 'ପରମ ସୁନ୍ଦରୀ' । ନିକଟରେ ଫିଲ୍ମରୁ ଉଭୟଙ୍କ ଲୁକ୍ ରିଲିଜ୍ ଟ୍ରିଜର ହୋଇଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏଥିସହ ଫିଲ୍ମର ରୋମାଣ୍ଟିକ ଗୀତ 'ପରଦେଶିଆ' ରିଲିଜ୍ କରିଛନ୍ତି ।
ଲୋକପ୍ରିୟ କଣ୍ଠଶିଳୀ ସୋନୁ ନିଗମଙ୍କ ଆଜି ୫୨ ତମ ଜନ୍ମଦିନ । ସୋନୁ ନିଗମ ଏହି ଗୀତରେ କଣ୍ଠଦାନ କରିଛନ୍ତି । ଏହି ଅବସରରେ ଗୀତଟି ରିଲିଜ୍ କରିଛନ୍ତି ଫିଲ୍ମ ନିର୍ମାତା । ଏହି ଗୀତ ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି,''ନିଶ୍ୱାସ ନିଅ । ଅନୁଭବ କର । 'ପରଦେଶିଆ'....। ବର୍ଷର ସବୁଠାରୁ ବଡ଼ ରୋମାଣ୍ଟିକ ଗୀତ 'ପରଦେଶିଆ', ଗୀତଟି ରିଲିଜ୍ ହୋଇଛି ।'' ତେବେ ପୂର୍ବରୁ ଏହି ଫିଲ୍ମ ୨୫ଅଗଷ୍ଟରେ ରିଲିଜ୍ ହେବ ବୋଲି କୁହାଯାଇଥିଲା । ବର୍ତ୍ତମାନ ନିର୍ମାତା ଏହାର ରିଲିଜ୍ ତାରିଖରେ ଘୁଞ୍ଚାଇଛନ୍ତି । ଆଜି ଫିଲ୍ମର ଗୀତ ରିଲିଜ ସହ ଏହା ଅଗଷ୍ଟ ୨୯ରେ ପରଦାକୁ ଆସିବ ବୋଲି ପ୍ରକାଶ କରିଛନ୍ତି । 'ପରମ ସୁନ୍ଦରୀ' ଫିଲ୍ମ ବିଷୟରେ କହିବାକୁ ଗଲେ, 'ପରମ ସୁନ୍ଦରୀ'ରେ ସିଦ୍ଧାର୍ଥ ଦିଲ୍ଲୀର ଜଣେ ଧନୀ କିମ୍ବା ଜଣେ ବଡ଼ ବ୍ୟବସାୟୀ ପରମ ଭୂମିକାରେ ଅଭିନୟ କରୁଛନ୍ତି । ଅନ୍ୟପକ୍ଷରେ, ଜାହ୍ନବୀ ଜଣେ କଳାକାର ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମରେ ସମ୍ପୂର୍ଣ୍ଣ ଭିନ୍ନ ସ୍ୱଭାବର ଦୁଇଜଣ ବ୍ୟକ୍ତି ପରସ୍ପରକୁ ପ୍ରେମ କରୁଥିବା ଖବର ଦେଖିବାକୁ ମିଳିବ । ଏହି ଫିଲ୍ମଟି ସେମାନଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ହେବ ।