ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଷ୍ଟ୍ରେସ୍‌ ହର୍‌ମୋନ୍‌ ବଢିବାର ଲକ୍ଷଣ, ଜାଣନ୍ତୁ ...

Published By : Anindita Ratha | April 20, 2025 3:10 PM

କାର୍ଟିସୋଲ୍‌ ହର୍‌ମୋନ୍‌କୁ ଷ୍ଟ୍ରେସ୍‌ ହର୍‌ମୋନ୍‌ ମଧ୍ୟ କୁହାଯାଏ । ଯଦି ଆପଣଙ୍କଠାରେ ନିମ୍ନ ଲକ୍ଷଣ ଦେଖାଯାଉଥାଏ, ତେବେ ଶରୀରରେ ସବୁବେଳେ କାର୍ଟିସୋଲ୍‌ ହର୍‌ମୋନ୍‌ ବଢି ରହୁଛି ବୋଲି ବୁଝିବା ଆବଶ୍ୟକ । ସୁସ୍ଥ ରହିବା ପାଇଁ ଶରୀରରେ ଥିବା ସବୁ ହର୍‌ମୋନ୍‌ ନିୟନ୍ତ୍ରଣରେ ରହିବା ଆବଶ୍ୟକ । କାରଣ ହର୍‌ମୋନ୍‌ ଶରୀରର ସବୁ କୋଷିକାଗୁଡିକୁ ନିୟନ୍ତ୍ରିତ କରିଥାନ୍ତି । ତା’ ସହିତ ଶରୀରରେ ମେଟାବଲିଜିମ୍‌ର ବିକାଶ ଓ ଅନ୍ୟାନ୍ୟ କାର୍ଯ୍ୟକୁ ନିୟନ୍ତ୍ରିତ କରିଥାଏ । ଏହି ହର୍‌ମୋନ୍‌ କେତେକ ପ୍ରକାରର ହୋଇଥାନ୍ତି, ଯେପରିକି ଥାଇରୋକ୍ସିନ୍‌, ଟୋଷ୍ଟୋଷ୍ଟ୍ରେରନ୍‌, କାର୍ଟିସୋଲ୍‌, ଏଷ୍ଟ୍ରୋଜେନ୍‌ ଓ ପ୍ରୋଜେଷ୍ଟ୍ରୋରନ୍‌ ଆଦି । ଏମାନଙ୍କର କାମ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଏମାନଙ୍କୁ ଭିତରୁ କାର୍ଟିସୋଲ୍‌ ହର୍‌ମୋନ୍‌ର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ।

 ଯଦି ଏହି ହର୍‌ମୋନ୍‌ ଅସନ୍ତୁଳିତ ରହେ, ତେବେ ଅନେକ ସମସ୍ୟାକୁ ସାମ୍‌ନା କରିବାକୁ ପଡିଥାଏ । କିଛି ଲୋକଙ୍କର ଧାରଣା ଯେ କାର୍ଟିସୋଲ୍‌ ହର୍‌ମୋନ୍‌ ଅଧିକ ରହିବା ଦ୍ୱାରା ରାଗିବା ଓ ଚିଡ୍‌ଚିଡାପଣ ଆସିଥାଏ । କିନ୍ତୁ ବାସ୍ତବରେ ଏହାଠାରୁ ଅଧିକ ଲକ୍ଷଣ ଦେଖିବାକୁ ମିଳିଥାଏ, ଯାହାକୁ ଆମେ ଚିହ୍ନିପାରି ନଥାଉ । ଚାଲନ୍ତୁ ଜାଣିବା ଏମିତି କେତେକ ଲକ୍ଷଣ ଯାହା ବିଷୟରେ ଆମେ ପ୍ରାୟତଃ ଜାଣି ନଥାଉ । 

ପ୍ରଥମତଃ, କାର୍ଟିସୋଲ୍‌ ହର୍‌ମୋନ୍‌ ସ୍ତର ଅଧିକ ରହିବା ଦ୍ୱାରା ବ୍ୟକ୍ତିକୁ ବାରମ୍ବାର କିଛି କିଛି ଖାଇବାକୁ ଇଚ୍ଛା ହୋଇଥାଏ । ଏପରିକି ଯେତେ ଖାଇଲେ ମଧ୍ୟ ଆବଶ୍ୟକତା ପୂରଣ ହୋଇ ନଥାଏ । ଯଦି ଆପଣଙ୍କ ସହ ଏପରି ହେଉଥାଏ, ତେବେ ଚାଲିବା ଆରମ୍ଭ କରି ଦିଅନ୍ତୁ । ଏହା ଖୁବ୍‌ ଜରୁରି । ଦ୍ୱିତୀୟତଃ, ଆପଣ ଯେତେ ଏନର୍ଜିଟିକ୍‌ ରହିବାକୁ ଚେଷ୍ଟା କଲେ ମଧ୍ୟ ରହିପାରି ନଥାନ୍ତି । ପ୍ରତି ମୁହୂର୍ତ୍ତରେ ଥକ୍କାପଣ ସାଙ୍ଗକୁ ଦୁର୍ବଳ ଅନୁଭବ ହୋଇଥାଏ । ତା’ ସହିତ କିଛି ସମୟ ଅନ୍ତରରେ ମୁଡ୍‌ ସ୍ୱିଙ୍ଗ୍‌ ହେବା ମଧ୍ୟ କାର୍ଟିସୋଲ୍‌ ସ୍ତର ଅଧିକ ରହିବାର ଅନ୍ୟ ଏକ ଲକ୍ଷଣ । ତୃତୀୟତଃ, ଯେତେ ୱାର୍କଆଉଟ୍‌ କଲେ ମଧ୍ୟ ପେଟ ପାଖରେ ଥିବା ଚର୍ବି କମି ନଥାଏ । ପେଟରେ ସବୁବେଳେ ଚର୍ବି ଜମି ରହିଥାଏ । ଫଳରେ ଆବଶ୍ୟକଠାରୁ ଅଧିକ ୱାର୍କଆଉଟ୍‌ କରିବାକୁ ପଡିଥାଏ । 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.