ନୂଆଦିଲ୍ଲୀ, ୨୬/୦୨ : ସୁଦଶାବ୍ରତରେ ଶସ୍ତା ହେଲା ସୁନା-ରୁପା। ଗୁରୁବାର ବଜାର ଖୋଲୁ ଖୋଲୁ ୫ ହଜାର ଖସିଲା ଚାନ୍ଦି। ସୁନା ଦରରେ ବି ହ୍ରାସ। ସେପଟେ ବ୍ୟବସାୟ ଆରମ୍ଭରୁ ଉଛୁଳିଥିଲା ସେନସେକ୍ସ ଏବଂ ନିଫ୍ଟି। ହେଲେ କିଛି ସମୟ ପରେ ଗତି ଧୀର ହୋଇ ରେଡ୍ ଜୋନ୍କୁ ଆସିଗଲେ ଉଭୟ।
ଗୁରୁବାର କମୋଡିଟି ମାର୍କେଟ୍ ରେ ରୁପା ଦର ହ୍ରାସ ପାଇଛି। ଗତକାଲି ବଜାର ବନ୍ଦ ସମୟରେ MCX ରୁପା ଦର କିଲୋ ପିଛା ୨,୭୮,୩୬୪ ଟଙ୍କା ଥିଲା। ଏବେ ଏହା ୨,୭୨,୫୬୦ ଟଙ୍କା ଶସ୍ତା ହୋଇଛି। ଦେଖିବାକୁ ଗଲେ ରୁପା ଦର କିଲୋ ପିଛା ୫ ହଜାର ୮୦୪ ଟଙ୍କା ଶସ୍ତା ହୋଇଛି। ଏହି ହ୍ରାସ ପରେ ରୁପା ଜାନୁଆରୀ ୨୯ ତାରିଖରେ ଏହାର ସର୍ବୋଚ୍ଚ ମୂଲ୍ୟ ୪,୨୦,୦୪୮ ଟଙ୍କାରୁ ଏବେ ୧,୪୭,୪୮୮ ଟଙ୍କା ଶସ୍ତାରେ ମିଳୁଛି।
ରୁପା ସହ ସୁନା ଦରରେ ମଧ୍ୟ ହ୍ରାସ ଘଟିଛି। MCXରେ ସୁନା ଫ୍ୟୁଚର୍ସ, ଯାହାର ମିଆଦ ଏପ୍ରିଲ ୨ରେ ଶେଷ ହେଉଛି, ବୁଧବାର ୧୦ ଗ୍ରାମ ପିଛା ୧,୬୧,୧୪୫ ଟଙ୍କାରେ ବନ୍ଦ ହୋଇଥିଲା। ଆଜି ଅଚାନକ ହ୍ରାସ ପାଇ ୧,୬୦,୫୧୬ ଟଙ୍କାରେ ଖୋଲିଛି। ଅର୍ଥାତ୍ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୬୨୯ ଶସ୍ତା ହୋଇଛି। ଯଦି ଆମେ ସୁନା ମୂଲ୍ୟ ଶୀର୍ଷରୁ ହ୍ରାସକୁ ବିଚାର କରିବା, ଜାନୁଆରୀ ୨୯ ତାରିଖରେ ସୁନା ପ୍ରତି ୧୦ ଗ୍ରାମ ପିଛା ୧,୯୩,୦୯୬ର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା, ସେବେଠାରୁ ଏହି ମୂଲ୍ୟବାନ ଧାତୁ ୩୨,୫୮୦ ଟଙ୍କା ହ୍ରାସ ପାଇଛି।
ଏହି ଖବରଟିକୁ ପଢନ୍ତୁ- ଭାରତକୁ ଟ୍ରମ୍ପଙ୍କ ଟାରିଫ୍ ଝଟକା,ସୌର ଶକ୍ତି ଉତ୍ପାଦ ଉପରେ ଲାଗୁକଲେ ୧୨୬% ଅତିରିକ୍ତ ଟିକସ