ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଘର ପୋଛା ପାଣିରେ ମିଶାଇ ଦିଅନ୍ତୁ ଏହି ଜିନିଷ , ମଶା ମାଛି ଆଉ ଘରେ ପଶିବେ ନାହିଁ

Published By : Prameya | March 24, 2025 7:29 PM

ନୂଆଦିଲ୍ଲୀ : ଗରମ ଦିନ ଆସିବା କ୍ଷଣି ମଶାଙ୍କର ଆତଙ୍କ ଆରମ୍ଭ ହୋଇ ଯାଏ। ସନ୍ଧ୍ୟା ହେଉ ହେଉ ଘରେ ମଶା ଏମିତି ଆକ୍ରମଣ କରି ଦିଅନ୍ତି ଯେ, ହଜାର ଚେଷ୍ଟା କରିବା ପରେ ମଧ୍ୟ ଏଥିରୁ ରକ୍ଷା ପାଇବା ମୁସ୍କିଲ ହୋଇଯାଏ। ଏଥିରୁ ଏହି କଥା ତ ସ୍ପଷ୍ଟ ଯେ, ମଶାଙ୍କ ପ୍ରଭାବରୁ ରକ୍ଷା ପାଇବା ପାଇଁ କୌଣସି ଗୋଟିଏ ବି ଉପାୟ ଯଥେଷ୍ଟ ନୁହେଁ। ବରଂ ଏଥିପାଇଁ ଆପଣଙ୍କୁ ଅଲ୍‌ ରାଉଣ୍ଡର ଆପ୍ରୋଚ୍‌ ଆପଣାଇବାର ଆବଶ୍ୟକ ରହିଛି। 

ଅଧିକ ବିପଜ୍ଜନକ କେମିକାଲ ଯୁକ୍ତ ପ୍ରଡକ୍ଟସର ବ୍ୟବହାର କରିବା ବଦଳରେ ଆପଣ କିଛି ଘରୋଇ ପ୍ରକ୍ରିୟା ଆପଣାଇ ପାରିବେ, ଯାହାକି ମଶାଙ୍କୁ ଘରୁ ତଡ଼ିବାରେ ସାହାଯ୍ୟ କରିବ। ଆପଣଙ୍କୁ ଏକ ଏମିତି ସହଜ ଉପାୟ କହୁଛୁ, ଏଥିପାଇଁ ଆପଣଙ୍କୁ କେବଳ ନିତି ଘର ପୋଛା ଲଗାଉ ଥିବା ଜଳରେ କିଛି ନ୍ୟାଚୁରାଲ ଜିନିଷର ମିଶ୍ରଣ କରିବାକୁ ହେବ ଏବଂ ପୂରା ଘରେ ସେହି ପୋଛା ଲଗେଇବାକୁ ହେବ। ଘରର ସଫେଇ ସହ ଏଥିରେ ମଶା ମାଛି କୀଟ ଘର ଠାରୁ ଦୂରେଇ ଯିବେ। ଆସନ୍ତୁ ଏବେ ଏହି ଘରୋଇ ପ୍ରକ୍ରିୟା ବିଷୟରେ ଜାଣିବା – 

ଜଳରେ କିଛି ମାତ୍ରାରେ ଭିନେଗାର ମିଶାନ୍ତୁ –

ରୋଷେଇରେ ବ୍ୟବହାର ହେଉଥିବା ଭିନେଗାର ମଶାକୁ ଘର ଠାରୁ ତଡ଼ିବାରେ ଆପଣଙ୍କୁ ବଡ଼ ସାହାଯ୍ୟ କରିପାରେ। ଏଥିପାଇଁ ପୋଛା ଜଳରେ କିଛି ମାତ୍ରାରେ ଭିନେଗାର ମିଶାଇ ଦିଅନ୍ତୁ। ଏବେ ଏହି ପାଣିକୁ ନେଇ ପୂରା ଘରେ ପୋଛା ଲଗାନ୍ତୁ। ଏହା ମଶା ମାଛି ଓ ଛୋଟ ଛୋଟ କୀଟ ଆଦିକୁ ଘରୁ ଦୂରେଇ ଦିଏ। ଏହା ବ୍ୟତୀତ ନିଜର କ୍ଲିନିଂ ପ୍ରପର୍ଟିଜ୍‌ ଯୋଗୁଁ ଭିନେଗାର ଘରକୁ ସଫା ସୁତୁରା ଓ ସୁଗନ୍ଧିତ କରି ରଖିବାରେ ସାହାଯ୍ୟ କରେ।

ଏସେନ୍ସିଆଲ ଅଏଲର ବ୍ୟବହାର କରନ୍ତୁ –

ପୋଛା ପାଣିରେ କିଛି ବୁନ୍ଦା ଏସେନ୍ସିଆଲ ଅଏଲ ମିଶାଇବା ଦ୍ୱାରା ମଧ୍ୟ ଆପଣଙ୍କୁ ମଶାଙ୍କ ଠାରୁ ଆଶ୍ୱସ୍ତି ମିଳି ପାରେ। ମଶାଙ୍କ ଠାରୁ ମୁକ୍ତି ପାଇବା ପାଇଁ ଆପଣ ଲେଭେଣ୍ଡର , ଲେମନଗ୍ରାସ୍‌,ପେପରମିଣ୍ଟ ଓ କ୍ଲୋଭ୍‌ସର ଏସେନ୍ସିଆଲ ଅଏଲର ବ୍ୟବହାର କରି ପାରିବେ। ଏହି ସବୁ ବାସ୍ନା ମଶାଙ୍କୁ ଟିକିଏ ବି ପସନ୍ଦ ହୋଇ ନଥାଏ। ଏହାସହ ହିଁ ମଶା ଓ ଛୋଟ ଛୋଟ କୀଟ ପତଙ୍ଗ ମଧ୍ୟ ଘର ଠାରୁ ଦୂରେଇ ରହି ଥାନ୍ତି। ଭଲ କଥା ଏହା ଯେ, ଏହା ଆପଣଙ୍କ ଘରକୁ ପୂରା ଦିନ ସୁଗନ୍ଧିତ କରି ରଖିବ। 

ଲିମ୍ୱର ବ୍ୟବହାର ଆଶ୍ୱସ୍ତି ପ୍ରଦାନ କରିବ –

ପୂର୍ବକାଳରେ ଲୋକେ ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲିମ୍ୱର ବ୍ୟବହାର ହିଁ କରୁ ଥିଲେ। ସେ ହାତ ଗୋଡ଼ରେ ଲିମ୍ୱ ତେଲ ଲଗାଇବା ବା ଲିମ୍ୱର ପତ୍ର ଜଳାଇ ଧୂଆଁ ଦେଉ ଥିଲେ। ଆପଣ ଏହି ଘରୋଇ ପ୍ରକ୍ରିୟା ବ୍ୟତୀତ ପୋଛା ପାଣିରେ ମଧ୍ୟ ଲିମ୍ୱକୁ ମିଶାଇ ମଶାଙ୍କ ଦାଉରୁ ରକ୍ଷା ପାଇ ପାରିବେ। ଏଥିପାଇଁ ଲିମ୍ୱର କିଛି ପତ୍ର ସିଝାଇ, ଏହାର ଜଳକୁ ପୋଛା ବା ପାଣିରେ ମିଶାନ୍ତୁ ଏବଂ ଏଥିରେ ପୂରା ଘର ସଫା କରନ୍ତୁ। ଆପଣ ଚାହିଁଲେ ଲିମ୍ୱର କିଛି ବୁନ୍ଦା ମଧ୍ୟ ପାଣିରେ ମିଶାଇ ପୋଛା ଲଗାଇ ପାରିବେ। ଏହା ଆପଣଙ୍କ ଘରକୁ କୀଟ ପତଙ୍ଗ , ମଶା ମାଛି ଓ ଏମିତି କି ବ୍ୟାକ୍ଟେରିଆରୁ ମଧ୍ୟ ସଫା ରଖିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.