ମୁମ୍ବାଇ, ୧୨/୭ : ଫିଲ୍ମ ହଲରେ ସାଉଥର ଫିଲ୍ମ ବଡ଼ କମାଲ୍ କରିବା ନେଇ ଜଣାଶୁଣା । ଛୋଟ ବଜେଟରେ ନିର୍ମିତ ଫିଲ୍ମ ବହୁ ଭଲ ପ୍ରଦର୍ଶନ କରୁଥିବା ଦେଖାଯାଉଛନ୍ତି ଏବଂ ଖୁବ୍ ପସନ୍ଦ ଆସୁଛି । କିନ୍ତୁ କିଛି ଫିଲ୍ମ କୌଣସି କାରଣରୁ ବକ୍ସ ଅଫିସରେ ହୁଏତ ଅଧିକ କଲେକ୍ସନ କରିପାରନ୍ତି ନାହିଁ କିନ୍ତୁ ଖୁବ୍ ପ୍ରଶଂସା ହୋଇଥାଏ । ଏହି ଫିଲ୍ମ ସହ ବି ଏଭଳି ଥିଲା । ସିଂଗ ଗୀଥମ ଫିଲ୍ମ ରିଲିଜ ସମୟରେ ଦର୍ଶକଙ୍କ ସେଭଳି ରିଆକ୍ସନ ମିଳିପାରିନଥିଲା । କିନ୍ତୁ ଯେତେବେଳେ ଏହି ଫିଲ୍ମ ଓଟିଟିରେ ଆସିଥିଲା ତ ଫ୍ୟାନ୍ସ ଏହାକୁ ସ୍ବୀକାର କରିଥିଲେ । ଏବେ ଏହାସହ ଯୋଡ଼ି ହୋଇଥିବା ଫ୍ୟାକ୍ଟ୍ସ ବି ସାମ୍ନାକୁ ଆସିଛି ।
ସିଂଗ ଗୀଥମ ଫିଲ୍ମର ଷ୍ଟ୍ରିମିଂ ନିକଟରେ ନେଟଫିଲ୍ସରେ ଆରମ୍ଭ କରାଯାଇଛି । ଏହି ଫିଲ୍ମ ଆସିବା ପରେ ହିଁ ନେଟଫ୍ଲିକ୍ସରେ ୬ ପଜିସନ ହାସଲ କରିଛି । ସେହିଭଳି ଆଗାମୀ ସମୟରେ ଏହାର ଭ୍ୟୁଜ୍ ଆହୁରି ଅଧିକ ବି ହୋଇପାରେ । ଏଭଳି ସ୍ଥଳେ ଫିଲ୍ମ ଆଗାମୀ ଦିନରେ ଓଟିଟିରେ ଆହୁରି ଲୋକପ୍ରିୟତା ହାସଲ କରିପାରେ । ଏହି ଫିଲ୍ମକୁ ଭଲ ଓ୍ବାର୍ଡ ଅଫ ମାଉଥ ମିଳୁଛି । ଏହି କାରଣରୁ ଏହି ରିଜଓନାଲ ଫିଲ୍ମର ଲୋକପ୍ରିୟତା ଓଟିଟି ପ୍ଲାଟଫର୍ମରେ ବଢୁଛି । ଯଦି ଏହାର ସଫଳତା ଷ୍ଟ୍ରିମିଂ ରନ ଏଭଳି ଭାବେ ହୁଏ ତେବେ ଫିଲ୍ମକୁ ନେଟଫ୍ଲିକ୍ସରେ ଅନ୍ତର୍ଜାତୀୟ ଲେବୁଲରେ ବି ସୁଫଳ ମିଳିପାରେ ।
ସିଂଗ ଗୀଥମ ଫିଲ୍ମର କଥା କହିଲେ ଏହାର ନିର୍ଦ୍ଦେଶନା ସିଂଗୀଥମ ଶ୍ରୀନିବାସ ରାଓ୍ବ କରିଥିଲେ । ନିଜ କ୍ୟାରିୟରରେ ସେ କେତେକ ଶାନଦାର ଫିଲ୍ମ କରିଛନ୍ତି । ଫିଲ୍ମ ନିର୍ମାଣ ନାଗ ଅଶ୍ବିନ କରିଛନ୍ତି । ଏଥିରେ ରାହିଲ୍ୟା ବାମରେ, ତୁଲସୀ ଶିବମଣୀ, ବାନୋର୍ଜି, ଶିବ ନାରାୟଣ, ଅଗୁ ଷ୍ଟେନଲେ ଏବଂ ଶାଳିନୀ କୋଡ଼େପୁଡ଼ି ଭଳି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିଥିଲା । ଫିଲ୍ମର ସଂଗୀତ ଦେବୀ ଶ୍ରୀ ପ୍ରସାଦ ଦେଇଥିଲେ ।