ନୂଆଦିଲ୍ଲୀ,୧୭/୦୧: ବଲିଉଡ଼ ସିଙ୍ଗର ବି ପ୍ରାକଙ୍କୁ ହତ୍ୟା ଧମକ ମିଳିଛି । ଧମକ ଦେଉଥିବା ବ୍ୟକ୍ତି ୧୦ କୋଟିର ମୋଟା ଟଙ୍କା ଦାବି କରିଛି । ଟଙ୍କା ନେଦେଲେ ମାଟିରେ ମିଶେଇ ଦେବାକୁ ଧମକ ଦେଇଛି । ଯଦି ଗୋଟିଏ ସପ୍ତାହ ମଧ୍ୟରେ ଟଙ୍କା ନ ଦିଆଯାଏ, ତେବେ ବି ପ୍ରାକଙ୍କୁ ମାଟିରେ ମିଶାଇ ଦେବୁ କହିଛି ଧମକ ଦେଇଥିବା ବ୍ୟକ୍ତି ଜଣକ । ଏହି ଧମକ ସଙ୍ଗୀତ ଇଣ୍ଡଷ୍ଟ୍ରୀରେ ଭୟ ଏବଂ ଚିନ୍ତାର ବାତାବରଣ ଖେଳାଇ ଦେଇଛି ।

ବି ପ୍ରାକଙ୍କୁ ଧମକ ଦେଇଥିବା କଲର ନିଜ ନାମ ଆରଜୁ ବିଷ୍ଣୋଇ କହିଛି । ଆରଜୁ ଯିଏକି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର । ସେ ବିଦେଶରେ ଲୁଚିଛି । ସେ ଫୋନ୍ କରି ଧମକ ଦେଇ କହିଛି ହ୍ୟାଲୋ ମୁଁ ଆରଜୁ ବିଷ୍ଣୋଇ କହୁଛି । ଏହା ପରେ ବି ପ୍ରାକଙ୍କୁ ମେସେଜ କରି ୧୦ କୋଟି ଟଙ୍କା ଦେବାକୁ ଦାବି କରିଛି । ଅଡିଓ ରେକର୍ଡ ପଞ୍ଜାବ ସିଙ୍ଗର ଦିଲନୁରଙ୍କୁ ଜାନୁଆରୀ ୬ରେ ପଠାଯାଇଥିଲା । ଏହା ପୂର୍ବରୁ ଦିଲନୁର ଜାନୁଆରୀ ୫ରେ ଦୁଇଥର କଲ ଆସିଥିଲା । ହେଲେ ଦିଲନୁର କଲ୍ ଉଠାଇନଥିଲେ । ଜାନୁଆରୀ ୬ରେ ଏକ ବିଦେଶୀ ନମ୍ବରରୁ ଫୋନ୍ ଆସିଥିଲା ।ହେଲେ ଦିଲନୁର କଲ୍ ଉଠାଇନଥିଲେ । ଜାନୁଆରୀ ୬ରେ ଏକ ବିଦେଶୀ ନମ୍ବରରୁ ଫୋନ୍ ଆସିଥିଲା । ଦିଲନୁରଙ୍କ ଅଭିଯୋଗ ଅନୁସାରେ ସେ କଲ ଉଠାଇବା ପରେ କଥା ହେବା ପରେ ଅଜବ ଅନୁଭବ କରିଥିଲେ । ତ ସେ କଲ କାଟି ଦେଇଥିଲେ । ଏହା ପରେ ସିଙ୍ଗରଙ୍କୁ ଭଏସ ମେସେଜ ଆସିଥିଲା । ଏହାକୁ ନେଇ ମୋହାଲିରେ ଅଭିଯୋଗ କରିଛନ୍ତି । ଧମକ ସିଧାସଳଖ ବି ପ୍ରାକ୍‌ଙ୍କୁ ନୁହେଁ ତାଙ୍କ ବନ୍ଧୁ ତଥା ପଞ୍ଜାବୀ ସିଙ୍ଗର ଦିଲନୁରଙ୍କ ଜରିଆରେ ଦିଆଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।

ଏହା ବି ପଢନ୍ତୁ...​​​​​​​ଅଶ୍ଳୀଳ ମନ୍ତବ୍ୟକୁ ନେଇ କ୍ଷମା ମାଗିଲେ ହନି ସିଂହ, କହିଲେ-‘ଭିଡିଓକୁ ଭୁଲ୍ ଭାବରେ ଦର୍ଶାଯାଇଛି’

ଗୋଟିଏ ସପ୍ତାହର ଅଲ୍ଟିମେଟମ୍ ହତ୍ୟା ଧମକ- ଭଏସ୍ ମେସେଜରେ, ସେମାନଙ୍କୁ ଧମକ ଦେଉଥିବା ବ୍ୟକ୍ତି କହିଥିଲେ ଯେ, ସେମାନଙ୍କୁ ଟଙ୍କା ଦେବାକୁ ଗୋଟିଏ ସପ୍ତାହ ସମୟ ଦିଆଯାଇଛି । ଯଦି ଟଙ୍କା ନ ଦିଆଯାଏ, ତେବେ ବି. ପ୍ରାକ୍ ଏବଂ ତାଙ୍କ ସାଥୀମାନେ ସାଂଘାତିକ କ୍ଷତିର ସମ୍ମୁଖୀନ ହେବେ । ସେ କହିଥିଲେ, "ତୁମେ ଯେକୌଣସି ଦେଶକୁ ଯାଇପାରିବ, କିନ୍ତୁ ଯଦି ତୁମେ ଆମ ସହିତ ଯୋଗ ନ ଦିଅ, ତେବେ ଆମେ ତୁମକୁ କବର ଦେବୁ । "