ବ୍ରହ୍ମପୁର,୨୯।୫ : ଅପେରାର ଗାୟିକା ମଂଜୁରାଣୀ ମଣ୍ଡଳ ଗୁରୁତର କିଡନୀ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ । ତାଙ୍କ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିବା ନେଇ ତାଙ୍କ ଅନୁରୋଧ କ୍ରମେ ବିଭିନ୍ନ ମହଲରୁ ଆର୍ଥିକ ସହଯୋଗର ସୁଅ ଛୁଟିଛି ।
ଜଣେ କଳାକାର ଭଉଣୀଙ୍କ ଜୀବନ ବଞ୍ଚେଇବା ଆଶାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମର୍ଦ୍ଦମେଖ ଗାଁର ନାଟକ ମଞ୍ଚରେ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକ ଜଣେ ଭିକ୍ଷୁକ ଭାବେ ଲୋକଙ୍କୁ ସହାୟତା ମାଗି ଥିଲେ। ଗୁରୁବାର ମିଳିଥିବା ଅର୍ଥରାଶି କୁ ମଂଜୁରାଣୀ ଙ୍କୁ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସଭାପତି ରାଜ ଗୋପାଳ ପାଢ଼ୀ ଓ ସମ୍ପାଦକ ଭାସ୍କର ସେନାପତିଙ୍କ ଉପସ୍ଥିତିରେ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକ ଆଦାୟ ହୋଇଥିବା ୨୦ ହଜାର ଟଙ୍କା ମଂଜୁରାଣୀ ଙ୍କୁ ଭୁବନେଶ୍ୱର ଆଇଜିକେସି ମେଡ଼ିକାଲ ରେ ଭେଟି ପ୍ରଦାନ କରିଥିଲେ। ଗଂଜାମ ମଞ୍ଚ କଳାକାର ତରଫରୁ ନୀଳମାଧଵ ପାତ୍ରଙ୍କ ଉପସ୍ଥିତିରେ ୫୦୫୫ ଟଙ୍କା ପପ୍ରଦାନ କରାଯାଇଥିଲା । ମଂଜୁରାଣୀଙ୍କ ସହ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ନାଟ୍ୟ ନିର୍ଦ୍ଦେଶକ ସଂଘ ସଭାପତି ଶ୍ରୀ ପାଢ଼ୀ ଆଲୋଚନା କରିବା ସହିତ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।