ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଅଟୋ ଏବଂ ପିକ୍‌ଅପ ମୁହାଁମୁହିଁ ଧକ୍କା, ୬ ମୃତ

Published By : Anindita Ratha | October 31, 2024 2:50 PM

ନୂଆଦିଲ୍ଲୀ,୩୧/୧୦:ଦୀପାବଳିରେ ଭୟଙ୍କର ସଡ଼କ ଦୁର୍ଘଟଣା । ଆଜି ସକାଳେ ଅଟୋ ଏବଂ ପିକ୍‌ଅପ ମୁହାଁମୁହିଁ ଧକ୍କା । ଫଳରେ ଅଟୋରେ ଯାତ୍ରା କରୁଥିବା ୬ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଉତ୍ତରପ୍ରଦେଶରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ ସମସ୍ତେ ଦୀପାବଲି ପାଳନ କରିବାକୁ ନୋଏଡାରୁ ନିଜ ଘରକୁ ଫେରୁଥିବା ସମୟରେ ସ୍ଥାନୀୟ ପୋଲିସ ଷ୍ଟେସନ ପରିସରର ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲା ମାଜିଷ୍ଟ୍ରେଟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ନଜର ରଖିଛନ୍ତି।  ଏଥିସହ ଦୁର୍ଘଟଣାରେ ଆହତ ହୋଇଥିବା ୫ ଜଣଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ,ଅଟୋରେ ଥିବା ଲୋକମାନେ ନୋଏଡାରେ କାମ କରୁଥିଲେ। ଦୀପାବଳି ପାଳନ କରିବା ପାଇଁ ଏକ ଅଟୋ ବୁକ୍ କରିବା ପରେ ସମସ୍ତ ଲୋକ ଘରକୁ ଫେରୁଥିଲେ । ସକାଳ ପ୍ରାୟ ୭ଟା ବେଳେ ସେମାନଙ୍କ ଅଟୋ ପୋଲିସ ଷ୍ଟେସନ ଅଞ୍ଚଳର ନିକଟରେ ପହଞ୍ଚିଥିଲା। ଏହି ସମୟରେ ଦିଲ୍ଲୀ ହାଇୱେରେ ଭୁଲ ଦିଗରୁ ଏକ ପିକ୍‌ଅପ ଗାଡି ଆସୁଥିଲା, ଏହି କାରଣରୁ ଅଟୋ ସହିତ  ଧକ୍କା ହୋଇଥିଲା। ଏହାର ପଛରୁ ଆସୁଥିବା କାର ମଧ୍ୟ ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର ଥିଲା ଯେ ଗାଡି ମୁହାଁମୁହିଁ ହେବା ଫରେ ନଷ୍ଟ ହୋଇଯାଇଥିଲା। ଘଟଣାସ୍ଥଳରେ ଚିତ୍କାର ହୋଇଥିଲା। ଏହି ଶବ୍ଦ ଶୁଣି ନିକଟସ୍ଥ ଲୋକମାନେ ଏକତ୍ରିତ ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା ।  ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା।


 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.