ଅତାବିରା-୧୭/୫: ସରକାରୀ ନିର୍ଦ୍ଦେଶ ଅନୁଯାୟୀ ବାଲି ଚୋରା ଚାଲାଣଜୁ ରୋକିବା ସକାଶେ ଅତାବିରା ଥାନା ଓ ମାଇନିଂ ବିଭାଗର ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ଏହି ପରିପ୍ରେକ୍ଷିରେ ଶନିବାର ଚଢ଼ାଉ କରାଯାଇ ଜାତୀୟ ରାଜପଥ ୫୩ ଦେଇ ବରଗଡ଼ ପଟୁ ଅତାବିରା ଆଡକୁ ଆସୁଥିବା ୬ ଗୋଟି ବାଲି ବୋଝେଇ ହାଇବାକୁ ଜବତ କରାଯାଇଛି।
ଲାଦେରପାଲି ଛକ ନିକଟରେ ହାଇବା ଗୁଡିକୁ ଜବତ କରି ଅତାବିରା ଥାନାରେ ଅଟକ ରଖାଯାଇଛି। କୋର୍ଟ ରିଲିଜ ପରେ ଗାଡି ଗୁଡିକୁ ଛଡାଯିବ ବୋଲି ଥାନା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।