ନୂଆଦିଲ୍ଲୀ,୦୭/୦୨; ସ୍ମୃତି ମନ୍ଧାନାଙ୍କ କାହାଣୀ କୌଣସି ଯୋଦ୍ଧାଙ୍କଠୁ କମ୍ ନୁହେଁ । ବାହାଘରକୁ ଜୀବନର ସବୁଠୁ ବଡ଼ ନିଷ୍ପତ୍ତି ବୋଲି କୁହାଯାଏ । ଜଣେ ଷ୍ଟାର ଯେବେ ବିବାହ ପାଇଁ ନିଷ୍ପତ୍ତି ନିଅନ୍ତି ତାଙ୍କ ନେମ୍ ଫେମ୍‌ ସବୁ କିଛି ସମର୍ପିତ ଥାଏ । ଡବ୍ଲୁପିଏଲ ପୂର୍ବରୁ ଷ୍ଟାର କ୍ରିକେଟର ସ୍ମୃତିଙ୍କ ବାହାଘର ଠିକ୍ ସରିଥିଲା । ପ୍ରସ୍ତୁତି ସରିଥିଲା । ସବୁ କିଛି ଫିଲ୍ମ ଷ୍ଟାଇଲରେ ଚାଲିଥିଲା । ହେଲେ ସବୁ କିଛି ସରିଯାଇଥିଲା । ସ୍ମୃତିଙ୍କ ବାହାଘର ଭାଙ୍ଗିଥିଲା । ଏହା ପରେ ସବୁଠି ସ୍ମୃତି ଓ  ତାଙ୍କ ବାହାଘରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ମଣିଷ ଜୀବନରେ ଅନେକ ଝଡ଼ଝଞ୍ଜା, ବାଧାବିଘ୍ନ ଆସେ । କିନ୍ତୁ ସବୁ ପ୍ରତିବନ୍ଧକୁ ଡେଇଁ ଉପରକୁ ଉଠିବାକୁ ସଫଳତା କୁହାଯାଏ । ଏହାକୁ ପ୍ରମାଣିତ କରିଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ପ୍ଲେୟାର ସ୍ମୃତି ମନ୍ଧାନା । ମହିଳା ପ୍ରିମିୟର ଲିଗର ଫାଇନାଲରେ ତାଙ୍କର ବିସ୍ଫୋରକ ଇନିଂସ୍ ବଳରେ ଆରସିବି ଚାମ୍ପିଅନ୍ ହେବା ପରେ ସମସ୍ତଙ୍କ ମୁହଁରେ ସ୍ମୃତିଙ୍କ ପ୍ରଶଂସା । 

ଡବ୍ଲୁପିଏଲ ଟ୍ରଫି ଟକ୍କରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ହରାଇ ଦ୍ୱିତୀୟ ଥର ମହିଳା ପ୍ରିମିୟର ଲିଗ୍ ଚାମ୍ପିଅନ୍ ହୋଇଛି ସ୍ମୃତିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଆରସିବି ପକ୍ଷରୁ ସ୍ମୃତି-ଗ୍ରେସ୍ ହ୍ୟାରିସ୍ ବ୍ୟାଟିଂ କରିଥିଲେ । ହ୍ୟାରିସ୍ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ସ୍ମୃତିଙ୍କ ଉପରେ ଚାପ ପଡିଥିଲା । ଦେଲେ ସେ ଧୈର୍ଯ୍ୟର ସହ ସ୍ଥିତିର ମୁକାବିଲା କରିଥିଲେ । ଜର୍ଜିଆଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ୪୧ ବଲରେ ୮୭ ରନ କରିଥିଲେ । ଅସାଧାରଣ ପାଳି ଖେଳିଥିଲେ । ଫାଇନାଲର ମାତ୍ର ଅଢେଇ ମାସ ତଳେ ଦୁଃଖର ପାହାଡ଼ ଭାଙ୍ଗି ପଡିଥିଲା । କେବଳ ତାଙ୍କ ବିବାହ ନୁହେଁ ହୃଦୟ ବି ଭାଙ୍ଗିଥିଲା । ବିବାହ ଭାଙ୍ଗିବା ଯେତିକି ବଡ଼ ନଥିଲା ତାଠାରୁ ବଡ଼ ଥିଲା ପଳାଶଙ୍କ ବିଶ୍ୱାସଘାତକତା । ଏହା ତାଙ୍କ ଭବିଷ୍ୟତର ସୁନେଲି ସ୍ୱପ୍ନକ ଦିନ କେଇଟାରେ ଓଲଟପାଲଟ କରିଥିଲା । ଏହାକୁ ନେଇ ସ୍ମୃତି ଉଦାସ ହୋଇଯାଇଥିଲେ ।  ସେ ଅସମ୍ଭବ ନୀରବତାରେ ରହିଥିଲେ । ହେଲେ ଡବ୍ଲୁପିଏଲରେ ସେ ଯେଉଁଭଳି କମବ୍ୟାକ କରିଥିଲା ତାହା ବେଶ୍ ପ୍ରଶଂସନୀୟ ।

ଏହା ବି ପଢନ୍ତୁ...ମହିଳା ପ୍ରିମିୟର ଲିଗ୍ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦ୍ୱିତୀୟ ଥର ଚମ୍ପିୟାନ

​​​​​​​

୧୦୩ ଡିଗ୍ରୀ ଜ୍ୱରରେ ଥିଲେ ସ୍ମୃତି- ଡବ୍ଲୁପିଏଲ ଫାଇନାଲର ରାତି ଆରିସିବି କ୍ୟାପ୍ଟେନ୍ ସ୍ମୃତି ମନ୍ଧାନାଙ୍କ ପାଇଁ ଏକ ଅଗ୍ନି ପରୀକ୍ଷା ଥିଲା । ସେ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ସେ ଜ୍ୱର ଏବଂ ଥଣ୍ଡାରେ ପୀଡ଼ିତ ଥିଲେ । ସ୍ୱାସ୍ଥ୍ୟାବସ୍ଥା ସହ ସଂଘର୍ଷ କରୁଥିଲେ । ୧୦୩ ଡିଗ୍ରୀ ଜ୍ୱରରେ କମ୍ପୁଥିଲେ ।  କିନ୍ତୁ ଯେତେବେଳେ ଦଳକୁ ଦ୍ୱିତୀୟ ଟାଇଟଲ ପାଇଁ ନେତୃତ୍ୱ ନେବାର କଥା ଆସିଲା, ସେ ତାଙ୍କ ଅସୁସ୍ଥତାକୁ ଖାତିର  କରିନଥିଲେ । ଫାଇନାଲରେ ୨୦୪ ରନର ଏକ ବିଶାଳ ଟାର୍ଗେଟକୁ ପିଛା କରି, ମନ୍ଧାନା ୪୧ ବଲରୁ ୮୭ ରନର ଇନିଂସ ଖେଳି ପ୍ଲେୟାର ଅଫ୍ ଦି ଫାଇନାଲ୍ ହୋଇଥିଲା । ଏହା ସହିତ ଟୁର୍ଣ୍ଣାମେଣ୍ଟର ଟପ୍ ସ୍କୋରର ହୋଇଥିଲେ । ୩୭୭ରନ୍‌ ସହ ଅରେଞ୍ଜ କ୍ୟାପ ଜିତିଥିଲେ ।