ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସୋଆ କର୍ପୋରେଟ୍‌ କ୍ରିକେଟ୍‌ ଲିଗ୍‌: ଉଦ୍‌ଘାଟନୀ ମ୍ୟାଚ୍‌ ଜିତିଲା ରୟାଲ୍‌ ଚ୍ୟାଲେଞ୍ଜର୍ସ ଭୁବନେଶ୍ୱର, ୩୨ରନ୍‌ରେ କଳିଙ୍ଗ ପାନ୍ଥର୍ସ ପରାସ୍ତ

Published By : Prameya | March 24, 2025 10:10 AM

ଭୁବନେଶ୍ୱର,୨୪/୦୩: ସୋଆ ଷ୍ଟାଡିୟମ କ୍ୟାମ୍ପସ-୫ ଠାରେ ରବିବାର ସୋଆ କର୍ପୋରେଟ୍‌  କ୍ରିକେଟ୍‌ ଲିଗ୍‌ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ  ଭୁବନେଶ୍ୱର ୩୨ରନ୍‌ରେ କଳିଙ୍ଗ ପାନ୍ଥର୍ସ  ଏକାଦଶକୁ ହରାଇ ଅଭିଯାନ ଆରମ୍ଭ କରିଛି । ଅଲରାଉଣ୍ଡ୍‌ ପ୍ରଦର୍ଶନ କରି ଦଳ ବିଜୟରେ  ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସ୍ୱସ୍ତିକ ମହାପାତ୍ର  ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । 

ଏହି ମ୍ୟାଚ୍‌ରେ ଟସ୍‌ ଜିତି ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରଥମେ ବ୍ୟାଟିଂ କରି  ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୪୭ରନ୍‌ ସଂଗ୍ରହ କରିଥିଲା ।  ଦଳ ପକ୍ଷରୁ ପାର୍ଥ ସାରଥୀ ପାଣି ୨୬, ସୁବ୍ରମଣ୍ୟମ ମନ୍ତ୍ରୀ ୪୨, ସ୍ୱସ୍ତିକ  ମହାପାତ୍ର ଅପରାଜିତ ୪୬ ରନ୍‌ କରିଥିଲେ । କଳିଙ୍ଗ ପାନ୍ଥର୍ସ ପକ୍ଷରୁ ବିଶ୍ୱାସ  କୁମାର ଓ କାନ୍ତ ଏ. ପଟ୍ଟନାୟକ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।  ଏହାର ଜବାବରେ କଳିଙ୍ଗ ପାନ୍ଥର୍ସ ୧୯.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ  ୧୧୫ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଦଳର କାନ୍ତ ଏ. ପଟ୍ଟନାୟକ ୩୪,  ଚନ୍ଦ୍ରମଣି ବିଶ୍ୱାଳ ୧୭, ସଂଗ୍ରାମ ଦାସ ୨୦ରନ୍‌ କରିଥିଲେ । ରୟାଲ୍‌ ଚ୍ୟାଲେଞ୍ଜର୍ସ  ପକ୍ଷରୁ ସ୍ୱସ୍ତିକ ମହାପାତ୍ର ୧୫ରନ୍‌ ପ୍ରଦାନ କରି ୫ଟି ୱିକେଟ୍‌ ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.