ଭୁବନେଶ୍ୱର,୨୪/୦୩: ସୋଆ ଷ୍ଟାଡିୟମ କ୍ୟାମ୍ପସ-୫ ଠାରେ ରବିବାର ସୋଆ କର୍ପୋରେଟ୍‌  କ୍ରିକେଟ୍‌ ଲିଗ୍‌ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ  ଭୁବନେଶ୍ୱର ୩୨ରନ୍‌ରେ କଳିଙ୍ଗ ପାନ୍ଥର୍ସ  ଏକାଦଶକୁ ହରାଇ ଅଭିଯାନ ଆରମ୍ଭ କରିଛି । ଅଲରାଉଣ୍ଡ୍‌ ପ୍ରଦର୍ଶନ କରି ଦଳ ବିଜୟରେ  ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସ୍ୱସ୍ତିକ ମହାପାତ୍ର  ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । 

ଏହି ମ୍ୟାଚ୍‌ରେ ଟସ୍‌ ଜିତି ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରଥମେ ବ୍ୟାଟିଂ କରି  ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୪୭ରନ୍‌ ସଂଗ୍ରହ କରିଥିଲା ।  ଦଳ ପକ୍ଷରୁ ପାର୍ଥ ସାରଥୀ ପାଣି ୨୬, ସୁବ୍ରମଣ୍ୟମ ମନ୍ତ୍ରୀ ୪୨, ସ୍ୱସ୍ତିକ  ମହାପାତ୍ର ଅପରାଜିତ ୪୬ ରନ୍‌ କରିଥିଲେ । କଳିଙ୍ଗ ପାନ୍ଥର୍ସ ପକ୍ଷରୁ ବିଶ୍ୱାସ  କୁମାର ଓ କାନ୍ତ ଏ. ପଟ୍ଟନାୟକ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।  ଏହାର ଜବାବରେ କଳିଙ୍ଗ ପାନ୍ଥର୍ସ ୧୯.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ  ୧୧୫ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଦଳର କାନ୍ତ ଏ. ପଟ୍ଟନାୟକ ୩୪,  ଚନ୍ଦ୍ରମଣି ବିଶ୍ୱାଳ ୧୭, ସଂଗ୍ରାମ ଦାସ ୨୦ରନ୍‌ କରିଥିଲେ । ରୟାଲ୍‌ ଚ୍ୟାଲେଞ୍ଜର୍ସ  ପକ୍ଷରୁ ସ୍ୱସ୍ତିକ ମହାପାତ୍ର ୧୫ରନ୍‌ ପ୍ରଦାନ କରି ୫ଟି ୱିକେଟ୍‌ ନେଇଥିଲେ।