ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

‘ସନ୍ଥଧାରାରେ ଶ୍ରୀଜଗନ୍ନାଥ’ ପୁସ୍ତକ ଉନ୍ମୋଚନ କଲେ ସୋଆ ପ୍ରତିଷ୍ଠାତା ସଭାପତି

Published By : Prameya | March 31, 2025 10:21 AM

ଭୁବନେଶ୍ୱର,୩୧/୦୩: ଦାରୁବ୍ରହ୍ମ ସ୍ୱରୂପ ମହାବିଷ୍ଣୁ ଶ୍ରୀଜଗନ୍ନାଥ ସାମାନ୍ୟ ଦାରୁ ଦେବତା ନୁହନ୍ତି, ସେ ହେଉଛନ୍ତି ସର୍ବ ବେଦର ସାରତତ୍ତ୍ୱ । ଯୁଗେ ଯୁଗେ  ବହୁ ସିଦ୍ଧ ସାଧକ, ଆଚାର୍ଯ୍ୟ, ସନ୍ଥ ତାଙ୍କୁ  ଉପାସନା କରି ପରମ ସନ୍ତୋଷ ଲାଭ କରିଛନ୍ତି । ନିଜ ଆଧ୍ୟାତ୍ମିକ ଭାବନାକୁ ଶ୍ରୀଜଗନ୍ନାଥ ଚେତନାରେ ଅନୁଭବ କରି  କୃତାର୍ଥ ମଣିଛନ୍ତି ବୋଲି ରବିବାର ଏକ  ନିରାଡମ୍ବର ଉତ୍ସବରେ ସୋଆର ପ୍ରତିଷ୍ଠାତା  ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକ କହିଛନ୍ତି । 

ବରିଷ୍ଠ ଶ୍ରୀଜଗନ୍ନାଥ  ସଂସ୍କୃତି ଗବେଷକ ଡ.ଭାସ୍କର ମିଶ୍ରଙ୍କ  ରଚିତ ‘ସନ୍ଥଧାରାରେ ଶ୍ରୀଜଗନ୍ନାଥ’  ପୁସ୍ତକ ଉନ୍ମୋଚନ କରି ପ୍ରଫେସର ଡ. ନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ସମ୍ପର୍କରେ କହିଥିଲେ । ଏହି ପୁସ୍ତକରେ ସତ୍ୟ ଯୁଗର ମହାରାଜା ପରମ ବିଷ୍ଣୁ  ଭକ୍ତ ଇନ୍ଦ୍ରଦ୍ୟୁମ୍ନଙ୍କଠାରୁ ଆରମ୍ଭ କରି  ଆଚାର୍ଯ୍ୟ ଶଙ୍କର, ରାମାନୁଜାଚାର୍ଯ୍ୟ,  ରାମାନନ୍ଦ, କବୀର, ନାନକ, ଶ୍ରୀଚୈତନ୍ୟ,  ଶଙ୍କର ଦେବ, ମଧ୍ୱାଚାର୍ଯ୍ୟ, ଉତ୍କଳୀୟ  ପଞ୍ଚସଖା, ରାୟ ରାମାନନ୍ଦ, ଶ୍ରୀଧର  ସ୍ୱାମୀ, ଶ୍ରୀଚାନ୍ଦଜୀ, ଗଜପତି ରାମଚନ୍ଦ୍ର  ଦେବ, ଚନ୍ଦନ ଦେହୁରୀ, ସାଲବେଗ,  ଦାସିଆ, ବନ୍ଧୁ ମହାନ୍ତି, ଜୟୀ ରାଜଗୁରୁ  ପ୍ରମୁଖ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ  ତଥା ଉପାସକମାନଙ୍କ ସମ୍ପର୍କରେ ବିସ୍ତୃତ  ବିବରଣୀ ରହିଛି । ୧୮୨ ପୃଷ୍ଠାର ଏହି  ପୁସ୍ତକର ପ୍ରକାଶକ ହେଉଛନ୍ତି ଶ୍ରୀକ୍ଷେତ୍ରର  ପ୍ରକାଶନ ସଂସ୍ଥା ଶ୍ରୀପୁରୁଷୋତ୍ତମ  ସଦ୍‌ଗ୍ରନ୍ଥାଳୟ । ଉନ୍ମୋଚନ ଉତ୍ସବରେ  ଅତିଥି ଭାବେ ସୁମା ରିଅଲ ମିଡିଆର  ନିର୍ଦ୍ଦେଶିକା ଶାଶ୍ୱତୀ ଦାସ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.