ଭୁବନେଶ୍ୱର,୨୫।୨: ଟାଇମ୍ସ ଗ୍ରୁପ ପକ୍ଷରୁ ସ୍ଥାନୀୟ ଏକ ତାରକା ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି ଇଟି ନାଓ ବିଜ୍‌ନେସ ସମିଟ୍‌ ଆଣ୍ଡ୍‌ ଆୱାର୍ଡ କାର୍ଯ୍ୟକ୍ରମ । ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ଆୱାର୍ଡ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟଅତିଥି ଏବଂ ବଲିଉଡ ଅଭିନେତା ଡିନୋ ମୋରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବାଣିଜ୍ୟ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି ପ୍ରମୁଖ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ରଖିଥିବା ୪୫ ବ୍ୟକ୍ତିବିଶେଷ ଏବଂ ସଂସ୍ଥାଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଏଥିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ପୂର୍ବାଞ୍ଚଳର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବେ ସମ୍ମାନିତ କରାଯାଇଛି । ବିଶ୍ୱବିଦ୍ୟାଳୟକୁ ବିଭିନ୍ନ ବର୍ଗରେ ୧୫ଟି ପୁରସ୍କାର ମିଳିଛି । ‘ପ୍ରମେୟ’କୁ ଏକ ନମ୍ବର ଖବରକାଗଜ ଭାବେ ମିଳିଛି ଆୱାର୍ଡ । ସୁମା ରିୟଲ ମିଡିଆ ପ୍ରାଇଭେଟ୍ ଲିମିଟେଡର ସିଇଓ ସୁନିଲ ଦାସ ଏବଂ ‘ପ୍ରମେୟ’ ଓ ‘ନ୍ୟୁଜ୍‌୭’ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ଏହି ଆୱାର୍ଡ ଗ୍ରହଣ କରିଥିଲେ ।

ସେହିଭଳି ଗଣମାଧ୍ୟମ କ୍ଷେତ୍ରରେ କ୍ରାନ୍ତି ତଥା ଉଲ୍ଲେଖନୀୟ ଯୋଗଦାନ ଲାଗି ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ରଙ୍କୁ ଭେଟେରାନ୍‌ ଜର୍ଣ୍ଣାଲିଷ୍ଟ ଆଣ୍ଡ୍‌ ଏଡିଟର ସମ୍ମାନ ମିଳିଛି । ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ, ରାଜ୍ୟକୁ ୨୦୩୬ ସୁଦ୍ଧା ବିକଶିତ କରିବା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି । ଏଥିଲାଗି ଟେକ୍ନୋଲୋଜି ଏକ ପ୍ରମୁଖ ଅସ୍ତ୍ର ଭାବେ କାର୍ଯ୍ୟ କରିବ । ନୂଆ ଟେକ୍ନୋଲୋଜି ଗ୍ରହଣ ସହ ବିଶ୍ୱସ୍ତରୀୟ ମାନକକୁ ରାଜ୍ୟ ପ୍ରାଥମିକତା ଦେଇଛି । ଉଭୟ ସରକାରୀ କଳରେ ଥିବା ବ୍ୟକ୍ତିବିଶେଷ ଏବଂ ଯୁବବର୍ଗଙ୍କୁ ନୂଆ ଟେକ୍ନୋଲୋଜି ସମ୍ପର୍କିତ ତାଲିମ ପ୍ରଦାନ କରାଯାଉଛି । ବଜେଟ୍‌ରେ ସାମାଜିକ ବିକାଶ ଏବଂ ଭିତ୍ତିଭୂମିକୁ ମଧ୍ୟ ଗୁରୁତ୍ୱ ମିଳିଛି । ଜାତୀୟ ଢାଞ୍ଚାରେ ରାଜ୍ୟ ସଡକ କର୍ତ୍ତୃପକ୍ଷ ଗଠନ ସହ ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପରେ ଫୋକସ୍ ରହିଛି । ବଲିଉଡ ଅଭିନେତା ଡିନୋ ମୋରିଆ କହିଥିଲେ, ଆୱାର୍ଡ ଲାଭ କରିଥିବା ସମସ୍ତଙ୍କୁ ଶୁଭେଛା । ଜୀବନରେ ଲକ୍ଷ୍ୟ ହାସଲ ଲାଗି ନିରନ୍ତର ପରିଶ୍ରମ ଜାରି ରଖିବା ଆବଶ୍ୟକ । ଯାହା ବି କରୁଛନ୍ତି ସେଥିପ୍ରତି ଶ୍ରଦ୍ଧା ରଖି ଆଗକୁ ବଢ଼ିଲେ ନିଶ୍ଚିତ ପକ୍ଷେ ସଫଳତା ମିଳିବ । ଓଡ଼ିଶା ଆସିବାକୁ ୩ୟ ଥର ଲାଗି ସୁଯୋଗ ମିଳିଛି । ଏଠାକୁ ଆସିବା ନିଶ୍ଚିତ ପକ୍ଷେ ସ୍ୱତନ୍ତ୍ର । କାର୍ଯ୍ୟକ୍ରମରେ ସୋଆ ଗ୍ରୁପର ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)କୁ ପୂର୍ବାଞ୍ଚଳର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ, ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ବିଜନେସ ଆଣ୍ଡ୍‌ କମ୍ପ୍ୟୁଟର ଷ୍ଟଡିଜ (ଆଇବିସିଏସ୍‌) ପୂର୍ବାଞ୍ଚର ଶ୍ରେଷ୍ଠ ଏମ୍‌ବିଏ ପ୍ରତିଷ୍ଠାନ, ହୃଦରୋଗ ଚିକିତ୍ସାରେ ସମ୍‌ ଅଲ୍ଟିମେଟ ମେଡିକେୟାର ଏବଂ କର୍କଟ ଚିକିତ୍ସା କ୍ଷେତ୍ରରେ ସମ୍‌ ହସ୍ପିଟାଲ ଶ୍ରେଷ୍ଠ ହସ୍ପିଟାଲ, ଆଇଏମ୍‌ଏସ୍‌ ସମ୍‌ ରୋଗୀ ଯତ୍ନରେ ଅଗ୍ରଣୀ, ଶ୍ରେଷ୍ଠ ଲ କଲେଜ ଭାବେ ସୋଆ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଲ, ଇନଷ୍ଟିଚ୍ୟୁଟ ଅଫ୍‌ ଡେଣ୍ଟାଲ ସାଇନ୍ସ ପୂର୍ବାଞ୍ଚଳର ଶ୍ରେଷ୍ଠ ଡେଣ୍ଟାଲ କଲେଜ ଭାବେ ସମ୍ମାନିତ ହୋଇଛି ।

​​​​​​​

ସୋଆ ପୂର୍ବାଞ୍ଚଳର ଅଗ୍ରଣୀ ବିଶ୍ୱବିଦ୍ୟାଳୟ:

ସେହିପରି ସ୍କୁଲ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ ଶ୍ରେଷ୍ଠ ସ୍କୁଲ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ, ସ୍କୁଲ ଅଫ୍‌ ଫାର୍ମାସିଟିକାଲ୍‌ ସାଇନ୍ସ ଆଣ୍ଡ୍‌ ସେଣ୍ଟର ଫର୍‌ ବାୟୋଟେକ୍ନୋଲୋଜି ଶ୍ରେଷ୍ଠ ଫାର୍ମା ପ୍ରତିଷ୍ଠାନ, ଶ୍ରେଷ୍ଠ ଏଗ୍ରିକଲଚର କଲେଜ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲଚରାଲ ସାଇନ୍ସ, ଫୁଲନଖରା ସ୍ଥିତ ଆଇଏମ୍‌ଏସ୍‌ ସମ୍‌ ହସ୍ପିଟାଲ-୨ ଏମର୍ଜିଂ ହସ୍ପିଟାଲ ଅଫ୍‌ ଇଷ୍ଟ, ସମ୍‌ ଅଲ୍ଟିମେଟ ମେଡିକେୟାର ପୂର୍ବାଞ୍ଚଳର ଶ୍ରେଷ୍ଠ ମଲ୍ଟି ସୁପରସ୍ପେଶାଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ, ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଆନିମଲ୍‌ ହଜ୍‌ବ୍ୟାଣ୍ଡରି ଏବଂ ଆଣ୍ଡ୍‌ ଭେଟେରିନାରି ସାଇନ୍ସ ଏମର୍ଜିଂ ଭେଟେରିନାରି ହସ୍ପିଟାଲ ଅଫ୍‌ ଇଷ୍ଟ, ଦକ୍ଷିଣ ଓଡ଼ିଶାର ଶ୍ରେଷ୍ଠ ଏମର୍ଜିଂ ହସ୍ପିଟାଲ ସମ୍‌ ହସ୍ପିଟାଲ ଶୀତଳାପଲ୍ଲୀ ଏବଂ ସମ୍‌ ନର୍ସିଂ କଲେଜ ପୂର୍ବ ଭାଗର ଅଗ୍ରଣୀ ନର୍ସିଂ କଲେଜ ଭାବେ ସମ୍ମାନିତ ହୋଇଛି । କାର୍ଯ୍ୟକ୍ରମରେ ଟାଇମ୍ସ ଗ୍ରୁପର ପୂର୍ବାଞ୍ଚଳ ମୁଖ୍ୟ ବିମାନ ଦତ୍ତ ଏବଂ ଟିମ୍‌ ଉପସ୍ଥିତ ଥିଲେ ।