ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ହଙ୍ଗେରୀରେ ‘ଏସେନ୍‌ସିଆଲ୍‌ ଅଏଲ୍‌’ ଆନ୍ତର୍ଜାତିକ ସମ୍ମିଳନୀ, ଯୋଗ ଦେଲେ ସୋଆ ଗବେଷକ ଡା. ସୁଦୀପ୍ତା ଜେନା

Published By : Prameya | October 9, 2024 12:45 PM

ଭୁବନେଶ୍ୱର,୦୯/୧୦: ‘ଏସେନସିଆଲ୍‌ ଅଏଲ୍‌’କୁ ନେଇ  ହଙ୍ଗୋରୀର ବାଲାଟନାଲମାଡିଠାରେ ୫୪  ତମ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । ଏହି ସମ୍ମିଳନୀରେ ଶିକ୍ଷା  ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ  ଦ୍ୱାରା ପରିଚାଳିତ ସେଣ୍ଟର ଫର ବାୟୋଟେକ୍ନୋଲୋଜିର ଗବେଷକ ଡା.  ସୁଦୀପ୍ତା ଜେନା ଯୋଗ ଦେଇଥିଲେ ।  ହଙ୍ଗେରୀରେ ଅନୁଷ୍ଠିତ ଏହି ସମ୍ମିଳନୀରେ  ବିଭିନ୍ନ ଦେଶର ପ୍ରତିଷ୍ଠିତ ଗବେଷକମାନେ  ଯୋଗ ଦେଇଥିଲେ । ଏହି କ୍ଷେତ୍ରରେ  ଘଟିଥିବା ସଦ୍ୟତମ ଗବେଷଣା ପ୍ରସୂତ  ତଥ୍ୟ ପ୍ରଦାନ କରିଥିଲେ । ସମ୍ମିଳନୀରେ  ଡା. ଜେନା ନିଜ ପ୍ରବନ୍ଧ ପାଠ କରିଥିଲେ ।  

ସୂଚନାଯୋଗ୍ୟଯେ, ଡା. ଜେନା ସେଣ୍ଟର  ଫର ବାୟୋଟେକ୍ନୋଲୋଜିରେ ପ୍ରାକୃତିକ  ଦ୍ରବ୍ୟ ଉପରେ ଗବେଷଣା କରୁଛନ୍ତି । ସେ  ସେଣ୍ଟର ଫର ବାୟୋଟେକ୍ନୋଲୋଜିର  ମୁଖ୍ୟ ପ୍ରଫେସର ସଂଘମିତ୍ରା ଜେନାଙ୍କ  ଅଧୀନରେ ବାୟୋଟେକ୍ନୋଲୋଜିରେ  ପିଏଚ୍‌ଡି ଉପାଧି ଲାଭ କରିଛନ୍ତି ।  ହଙ୍ଗେରୀରେ ଅନୁଷ୍ଠିତ ଏହି ସମ୍ମିଳନୀରେ  ଯୋଗ ଦେବା ଦ୍ୱାରା ତାଙ୍କୁ ପୃଥିବୀର ଅନ୍ୟ  ପ୍ରମୁଖ ଗବେଷକଙ୍କଠୁ ଜ୍ଞାନ ଆହରଣ  କରିବାର ସୁଯୋଗ ମିଳିଛି । ଏଥିସହ  ଭାବ ବିନିମୟ କରିବାର ସୁଯୋଗ ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.