ଭୁବନେଶ୍ୱର,୦୯/୧୦: ‘ଏସେନସିଆଲ୍‌ ଅଏଲ୍‌’କୁ ନେଇ  ହଙ୍ଗୋରୀର ବାଲାଟନାଲମାଡିଠାରେ ୫୪  ତମ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । ଏହି ସମ୍ମିଳନୀରେ ଶିକ୍ଷା  ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ  ଦ୍ୱାରା ପରିଚାଳିତ ସେଣ୍ଟର ଫର ବାୟୋଟେକ୍ନୋଲୋଜିର ଗବେଷକ ଡା.  ସୁଦୀପ୍ତା ଜେନା ଯୋଗ ଦେଇଥିଲେ ।  ହଙ୍ଗେରୀରେ ଅନୁଷ୍ଠିତ ଏହି ସମ୍ମିଳନୀରେ  ବିଭିନ୍ନ ଦେଶର ପ୍ରତିଷ୍ଠିତ ଗବେଷକମାନେ  ଯୋଗ ଦେଇଥିଲେ । ଏହି କ୍ଷେତ୍ରରେ  ଘଟିଥିବା ସଦ୍ୟତମ ଗବେଷଣା ପ୍ରସୂତ  ତଥ୍ୟ ପ୍ରଦାନ କରିଥିଲେ । ସମ୍ମିଳନୀରେ  ଡା. ଜେନା ନିଜ ପ୍ରବନ୍ଧ ପାଠ କରିଥିଲେ ।  

ସୂଚନାଯୋଗ୍ୟଯେ, ଡା. ଜେନା ସେଣ୍ଟର  ଫର ବାୟୋଟେକ୍ନୋଲୋଜିରେ ପ୍ରାକୃତିକ  ଦ୍ରବ୍ୟ ଉପରେ ଗବେଷଣା କରୁଛନ୍ତି । ସେ  ସେଣ୍ଟର ଫର ବାୟୋଟେକ୍ନୋଲୋଜିର  ମୁଖ୍ୟ ପ୍ରଫେସର ସଂଘମିତ୍ରା ଜେନାଙ୍କ  ଅଧୀନରେ ବାୟୋଟେକ୍ନୋଲୋଜିରେ  ପିଏଚ୍‌ଡି ଉପାଧି ଲାଭ କରିଛନ୍ତି ।  ହଙ୍ଗେରୀରେ ଅନୁଷ୍ଠିତ ଏହି ସମ୍ମିଳନୀରେ  ଯୋଗ ଦେବା ଦ୍ୱାରା ତାଙ୍କୁ ପୃଥିବୀର ଅନ୍ୟ  ପ୍ରମୁଖ ଗବେଷକଙ୍କଠୁ ଜ୍ଞାନ ଆହରଣ  କରିବାର ସୁଯୋଗ ମିଳିଛି । ଏଥିସହ  ଭାବ ବିନିମୟ କରିବାର ସୁଯୋଗ ମିଳିଛି ।