ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସମାଜସେବୀଙ୍କୁ ହାଣିବା ଘଟଣା: ୪ ଗିରଫ, ୪ ଫେରାର

Published By : Prameya | November 7, 2024 10:37 AM

ଭୁବନେଶ୍ୱର,୦୭/୧୧:ସମାଜସେବୀ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ  ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ  ଏୟାରପୋର୍ଟ ଥାନା ପୁଲିସ୍‌ ସଫଳ  ହୋଇଛି । ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ  ଗିରଫ କରିଛି । ସେମାନେ ହେଲେ ମୁଖ୍ୟ  ଅଭିଯୁକ୍ତ ପଳାଶପଲ୍ଳୀ ଲେନ୍‌-୧୧ର ପ୍ରମୋଦ  ମହାପାତ୍ର ଓରଫ ଗଣେଶ, ନୟାଗଡ଼ର  ଦେବାଶିଷ ନାୟକ, ପୁରୀର ସଞ୍ଜୟ  ବାରିକ ଓ କେଦାରପଲ୍ଳୀର ଭିକି ନାୟକ ।  ଏମାନଙ୍କ ଠାରୁ ୨ଟି ଖଣ୍ଡା, ୨ଟି ବାଇକ୍‌  ଓ ୪ଟି ମୋବାଇଲ୍‌ ଜବତ କରାଯାଇଛି ।  ଏହି ଆକ୍ରମଣରେ ସାମିଲ ଅନ୍ୟ ୪ ଜଣ  ଫେରାର ଥିବା ଡିସିପି ପିନାକ ମିଶ୍ର ସାମ୍ବାଦିକ  ସମ୍ମିଳନୀରେ ସୂଚନା ଦେଇଛନ୍ତି ।  

ସୋମବାର ରାତି ପ୍ରାୟ ୧୦ଟା ୧୫ରେ ଶିବ  ସ୍କୁଟିରେ ଘରକୁ ଫେରୁଥିଲେ । ଏହି ସମୟରେ  ଗିରଫ ଅଭିଯୁକ୍ତମାନେ ୨ଟି ବାଇକ୍‌ରେ ଖଣ୍ଡା  ଓ ଭୁଜାଲି ଧରି ତାଙ୍କୁ ପିଛା କରୁଥିଲେ ।  ପଳାଶପଲ୍ଳୀ ଲେନ୍‌-୭ରେ ଶିବଙ୍କ ସ୍କୁଟିର ଗତି  ଧୀର ଥିଲା । ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ  ଅଟକାଇ ଆକ୍ରମଣ କରିଥିଲେ । ଫଳରେ ସେ  ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ  କ୍ୟାପିଟାଲ୍‌ ଓ ପରେ ଏମସ୍‌ ହସ୍ପିଟାଲ୍‌ରେ  ଭର୍ତ୍ତି କରାଯାଇଥିଲା । ତେବେ ଏନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ  ଗୌରହରି ରଣସିଂହ । ପୁଲିସ୍‌ ମାମଲା ରୁଜୁ  କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସହଯୋଗ କରିଥିଲା ସ୍ପେଶାଲ୍‌ ସ୍କ୍ୱାଡ୍‌ । ଘଟଣାର ଘଟିବାର ୪୮ ଘଣ୍ଟା ମଧ୍ୟରେ  ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିଲା । 

ଅଧିକ ତଦନ୍ତ କରି ପୁଲିସ୍‌ ଜାଣିବାକୁ  ପାଇଥିଲା, ଗତ ୨ ତାରିଖରେ ଗିରଫ  ଅଭିଯୁକ୍ତ ଗଣେଶକୁ ବାଲିଅନ୍ତା ଥାନା  ଅଞ୍ଚଳରେ କିଛି ଯୁବକ ମରଣାନ୍ତକ ଆକ୍ରମଣ  କରିଥିଲେ । ଏନେଇ ସେ ବାଲିଅନ୍ତା ଥାନାରେ  ଅଭିଯୋଗ କରିଥିଲେ । ପୁଲିସ୍‌ ମାମଲା ରୁଜୁ  କରି ଅଭିଯୁକ୍ତଙ୍କୁ ଖୋଜାଖୋଜି କରୁଥିଲା ।  ସେବେଠାରୁ ଗଣେଶ ସନ୍ଦେହ କରୁଥିଲା  ଆକ୍ରମଣ ପଛରେ ଶିବଙ୍କ ହାତ ରହିଛି ।  ତେଣୁ ଶିବଙ୍କୁ ପାନେ ଦେବାକୁ ସେ ଯୋଜନା  କରୁଥିଲା । ଗଣେଶ ଓ ତା’ର ୭ ଜଣ  ସହଯୋଗୀ ମିଶି ଶିବକୁ ଆକ୍ରମଣ ପାଇଁ  ଯୋଜନା କରିଥିଲେ । ଗତ ୪ ତାରିଖରେ  ରାତିରେ ସଫଳ ହୋଇଥିଲା । ଏହି ଘଟଣାରେ  ପୁଲିସ୍‌ ବର୍ତ୍ତମାନ ୪ ଜଣଙ୍କୁ ଗିରଫ କରିଛି ।  ଅନ୍ୟ ୪ ଜଣଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ  ବୋଲି ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।  ଗିରଫ ଅଭିଯୁକ୍ତମାନଙ୍କ ନାଁରେ ବିଭିନ୍ନ  ଥାନାରେ ଏକାଧିକ ମାମଲା ଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.