କୋଣାର୍କ,୧୮।୪(ଆପ୍ର) : ୧୦ ଦେଶର ୨୨ ଜଣ ସୋସିଆଲ ମିଡିଆ ଇନଫ୍ଲୁଏନସର ଓ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର ଶନିବାର ଅପରାହ୍ନରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ପ୍ରଥମେ ଏହି ବିଦେଶୀ ଇନଫ୍ଲୁଏନସର ମାନେ ବ୍ୟାଖ୍ୟାନ କେନ୍ଦ୍ର ବୁଲିଥିଲେ। ପରେ ମନ୍ଦିର ଦେଖିବା ସହ ବିବିଧ ତଥ୍ୟ ପଚାରି ବୁଝିଥିଲେ ଓ ଫଟୋ ଉଠାଇଥିଲେ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହାୟତାରେ ସେମାନେ ଭୁବନେଶ୍ୱରରୁ ଆସିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ହସ୍ତତନ୍ତ ବିଭାଗର ସହକାରୀ ନିର୍ଦ୍ଦେଶକ ସୁକାନ୍ତ କୁମାର ପଣ୍ଡା ତାଙ୍କୁ ସ୍ବାଗତ କରିଥିଲେ।ବୈଦେଶିକ ମନ୍ତ୍ରାଳୟର ମିଡିଆ ଲିଆସନ ଅଫିସର ଚନ୍ଦ୍ରେଶ୍ବର ସିଂ ଓ ଉଜ୍ଜ୍ବଳ ଗିରି ଏହି ପରିଦର୍ଶକଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପରିଭ୍ରମଣରେ ସହାୟତା କରିଥିଲେ। ନୋଡାଲ ଅଫିସର ଭାବେ ସୂଚନା ଅଧିକାରୀ ଶାଶ୍ବତିକା ମହାପାତ୍ର,ଏମ ଅଭିଷେକ, ଆଦିତ୍ୟ ନାରାୟଣ ସାମଲ ଓ ଅନିଶା କର ତାଙ୍କୁ ସହଯୋଗ କରିଥିଲେ। ପରେ ଇନଫ୍ଲୁଏନସର ମାନେ ଭୁବନେଶ୍ୱର ଫେରି ଯାଇଥିଲେ।