ଭୁବନେଶ୍ବର,୪।୧୧  ପଳାଶପଲ୍ଲୀ ଛକରେ ରକ୍ତଦାତା ସମାଜସେବୀ ଶିବ ଶ୍ରୀଚନ୍ଦନଙ୍କୁ ପଛପଟୁ ଆସି ଖଣ୍ଡାରେ   ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । 

ପଳାଶପଲ୍ଲୀ ଲେନ୍ ୫ ରେ  ସମାଜସେବୀ ଶିବ ଶ୍ରୀଚନ୍ଦନ ଯାଉଥିବାବେଳେ ହଠାତ ୫ ରୁ ୬ଜଣ  ଯୁବକ ଆସି ତାଙ୍କୁ ଖଣ୍ଡାରେ  ଆକ୍ରମଣ କରିଥିଲେ । ତାଙ୍କ ପିଠି ହାତରେ ଆଘାତ ଲାଗିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର  ତଦନ୍ତ କରୁଛି।