ମାଲକାନଗିରି,୯।୧୧ (ଆପ୍ର ):   ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଓ ଦନ୍ତେବାଡା ଜିଲ୍ଲା ସୀମାରେ ପ୍ରେସର ମାଇନ ବିସ୍ଫୋରଣ ହୋଇ ଜଣେ ଯବାନ ଆହତ ହୋଇଛନ୍ତିାସୁକୁମା ଓ ଦନ୍ତେବାଡା ଜିଲ୍ଲା ସୀମାବର୍ତ୍ତି ମୁଲେର ଅଂଚଳରେ ଯବାନମାନେ ସର୍ଚ ଅପରେସନ କରୁଥିବା ସମୟରେ ପ୍ରେସର ମାଇନ ବିସ୍ଫୋରଣ ହୋଇଥିଲା । ଫଳରେ ଜଣେ ଯବାନ ଆହତ ହୋଇଛନ୍ତିା ଆହତ ଯବାନଙ୍କୁ ସଙ୍ଗେ ସଙ୍ଗେ ରାୟପୁର ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିବା ବେଳେ ଉକ୍ତ ଅଂଚଳରେ କୁମ୍ବିଂ ଅପରେସନକୁ ଜୋରସୋର କରା ଯାଇଛିା ତେବେ ଉକ୍ତ ଅଂଚଳରେ ସବୁ ସମୟରେ ଯବାନମାନଙ୍କ ସର୍ଚ୍ଚ ଅପରେସନ ଚାଲୁଥିବାରୁ ଯବାନ ମାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଏହି ପ୍ରେସର ମାଇନ ଖଂଜିଥିବା ଜଣାପଡିଛି ।