ମାଲକାନଗିରି ୨୯/୧୨: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ଡମ୍ପ ଠାବ କରିଛନ୍ତି ଯବାନ । ଡମ୍ପ ମଧ୍ୟରୁ ଟିଫିନ ବମ୍, ବିସ୍ପୋରକ ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଏହି ସାମଗ୍ରୀ ଗୁଡିକ ଲୁଚାଇ ରଖିଥିଲେ । ମାଓବାଦୀଙ୍କ ବଡ଼ ଧରଣ ବିସ୍ପୋରଣ ଯୋଜନାକୁ ପଣ୍ଡ କରିଦେଇଛନ୍ତି ଯବାନ।
ସୂଚନାଯୋଗ୍ୟ ଯେ, ମାଓ ଅପରେସନ ବେଳେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ଼ ସଫଳତା। ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାର କରିପୁ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା କର୍ମୀଙ୍କୁ ମିଳିଛି ମାଓ ସାମଗ୍ରୀ । ଯାହା ମଧ୍ୟରେ ରହିଛି ଗୋଟିଏ ଟିଫିନ ବୋମା ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ । ସୁରକ୍ଷା କର୍ମୀଙ୍କୁ କ୍ଷତି ପହଞ୍ଚାଇବା ଲାଗି ଜଙ୍ଗଲ ଭିତରେ ମାଓବାଦୀ ମାନେ ଏହି ସବୁ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲେ। ହେଲେ ଡିଆରଜି ଓ ସିଆରପିଏଫ ବାହିନୀର ସର୍ଚ୍ଚ ଅପରେସନ ବେଳେ ଟିଫିନ ବୋମା ଉଦ୍ଧାର କରାଯାଇ ତାହାକୁ ନିଷ୍କ୍ରିୟ କରାଯାଇଛି। ଏକ ବଡ ଧରଣର ମାଓ ହମଲାରୁ ଅଳ୍ପକେ ବର୍ତ୍ତିଛନ୍ତି ଯବାନ। ଏବେବି ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ଜାରି ରହିଛି ।