ପାରଳାଖେମୁଣ୍ଡି, ୧୪।୫ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ପାରଳା ସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ପୁଅ-ଝିଅକୁ ବିଷ ଦେଇ ବାପା ପିଇଲା ବିଷ। ଏଥିରେ ପୁଅର ମୃତ୍ୟୁ ଘଟିଥିବା ବେଳେ ବାପା ଓ ଝିଅ ଗୁରୁତର ହୋଇଛନ୍ତି।
ପାରଳାଖେମୁଣ୍ଡିସ୍ଥିତ ପାରଳା ସାହିର ନାନୁ ପାଣିଗ୍ରାହୀ ନିଜ ସାତ ବର୍ଷୀୟ ପୁଅ ଏବଂ ଏଗାର ବର୍ଷୀୟା ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସମ୍ପର୍କୀୟମାନେ ଏହା ଦେଖି ତିନି ଜଣଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସା ବେଳେ ଶିଶୁ ପୁଅର ମୃତ୍ୟୁ ଘଟିଛି। ବାପା-ଝିଅଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ ଯେ, ଗତ କିଛି ମାସ ତଳେ ନାନୁଙ୍କ ସ୍ତ୍ରୀ ବିଷ କ୍ରିୟାରେ ମୃତ୍ୟୁ ଘଟିଥିଲା।