ପ୍ରମୂଖ ଖବର
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ

Published By : Harapriya Sethi | January 2, 2025 12:50 PM

କରଞ୍ଜିଆ,୦୨/୦୧: ୪୯ ନମ୍ୱର ଜାତୀୟ ରାଜପଥ ଯଶିପୁର ବ୍ୟାଙ୍କ ଅଫ ଇଣ୍ଡିଆ ସାମ୍ନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିରେ ଯାଉଥିବା ବେଳେ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍ । ମାଆ ଆଗରେ ଚାଲିଗଲା ୭ ବର୍ଷୀୟ ପୁଅର ଜୀବନ । ମାଆ ପୁଅ ବିଶୋଇ ଥାନା ବାଢ଼ୁଣିଆଁ ଗାଆଁର ହୋଇଥିବା ବେଳେ କରଞ୍ଜିଆ ୪୯ ନମ୍ୱର ଜାତୀୟ ରାଜପଥ ଉପରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ମାଆ ପୁଅ ଏକ ସ୍କୁଟି ଯୋଗେ ରାସ୍ତାରେ ଯାଉଥିଲେ । ଏହି ସମୟରେ ଏକ ଲୁହା ପଥର ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ମାଆ ପୁଅ ଛିଟିକି ପଡ଼ିଥିଲେ । ୭ ବର୍ଷର ପୁଅଟି ଛିଟିକି ଟ୍ରକ୍ ଚକା ତଳେ ପଡି ଯିବାରୁ ତାର ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟସୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଯଶିପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ଘଟଣାର ତଦନ୍ତ ଚଳାଇଛି ।

  



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.