ନୂଆଦିଲ୍ଲୀ,୧୦/୦୪:  ଭାବି ଜ୍ବାଇଁ ସହିତ ଶାଶୂ ଫେରାର। ଝିଅ ବାହାଘର ପାଇଁ ରଖା ହୋଇଥିବା ସୁନା ଅଳଙ୍କାର ଧରି ଫେରାର୍ ହୋଇଗଲା ଶାଶୂ। କିଛି ଉପାୟ ନପାଇ ଥାନାର ଦ୍ଵାରସ୍ଥ ହେଲେ ଶ୍ଵଶୁର। ଉତ୍ତରପ୍ରଦେଶ ଅଲିଗଡ଼ର ମଣ୍ଡରାକ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା।

ଅଲିଗଡ଼ ଜିଲ୍ଲାର ମଦ୍ରାକ ଥାନା ଅଞ୍ଚଳର ମନୋହରପୁର ଗ୍ରାମର ବାସିନ୍ଦା ଜିତେନ୍ଦ୍ର କୁମାରଙ୍କ ଅଭିଯୋଗ ଅନୁଯାୟୀ, ଝିଅ ବାହାଘର ସ୍ଥିର ହୋଇଥିବା ପୁଅ ସହିତ ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଛନ୍ତି। କେବଳ ଏତିକି ନୁହେଁ ଝିଅ ବାହାଘର ପାଇଁ ସେ ଘରେ ରଖିଥିବା ନଗଦ ୩ ଲକ୍ଷ ଟଙ୍କା, ସୁନା ଓ ରୁପା ଅଳଙ୍କାରକୁ ସାଥୀରେ ନେଇ ସ୍ତ୍ରୀ ଚମ୍ପଟ ମାରିଥିବା କହିଛନ୍ତି।  ତେବେ ତାଙ୍କ ଝିଅର ବିବ‌ାହ ଏପ୍ରିଲ ୧୬ ତାରିଖରେ ସ୍ଥିର ହୋଇଥିଲ‌ା। ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ପତ୍ର ବି ବଣ୍ଟା ସରିଥିଲା। କିନ୍ତୁ ବିବାହର କିଛି ଦିନ ପୂର୍ବରୁ ଉଭୟ ଫେରାର ଅଛନ୍ତି । 

ଏହା ମଧ୍ୟ ପଢନ୍ତୁ- ଠକେଇର ନୂଆ ଫଣ୍ଡା... ନିଜେ ଡ୍ରାଇଭର୍ ଏବଂ ନିଜେ ଯାତ୍ରୀ ସାଜି କ୍ୟାବ୍ କମ୍ପାନୀକୁ ଲଗାଇଲେ ଚୂନା, ଠକେଇ କାହାଣୀ ଶୁଣି ପୋଲିସ କାବା

ଅନ୍ୟପଟେ ଝିଅ ଶିବାନୀ ଏହି ଘଟଣାକୁ ନେଇ କହିଛନ୍ତି, ‘ମା’ ନିଜେ ଉକ୍ତ ପୁଅ ସହିତ ମୋ ବିବାହ ସ୍ଥିର କରିଥିଲା। ମୁଁ ଯେତେବେଳେ ବି କଥା ହେବାକୁ ଫୋନ କରେ ସେ ବ୍ୟସ୍ତ ଅଛନ୍ତି କହି ଫୋନ କାଟି ଦିଅନ୍ତି। କିନ୍ତୁ ମା’ସହିତ ୨୪ଘଣ୍ଟାରୁ ୨୦ଘଣ୍ଟା ଧରି କଥା ହୋଇଥାଆନ୍ତି।ମା’ମୋ ଜୀବନ ନଷ୍ଟ କରିଦେଲା। ତା’ପ୍ରତି ଆମ ପରିବାରର ଭଲପାଇବା ଆଉ ନାହିଁ।  ବହୁତ କଷ୍ଟରେ ମୋ ବାପା ବିବାହ ପାଇଁ ଟଙ୍କା ଓ ଗହଣା ଯୋଗାଡ଼ି ରଖିଥିଲେ।  କେମୁ ସେ ସବୁକୁ  ଫେରାଇ ଦେଇ ଯେଉଁଆଡେ ଯାହା ସହିତ ଯିବା କଥା ଯାଉ।’ ତେବେ ଅଭିଯୋଗ ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।