ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ରକ୍ତରେ ଭିଜିଲା ରକ୍ତ ସମ୍ପର୍କ, ବାପାକୁ ହତ୍ୟା କରି ମୁଣ୍ଡ କାଟି ନେଲା ପୁଅ

Published By : Rasmita Pradhan | March 4, 2025 9:21 AM

କୁଳିଅଣା, ୦୪/୦୩ : ପୁଅ ନା ସୈତାନ ? ବାପାକୁ ହତ୍ୟା କରି ମୁଣ୍ଡ କାଟି ନେଲା ପୁଅ। ରକ୍ତରେ ଭିଜିଲା ରକ୍ତ ସମ୍ପର୍କ। ଫାର୍ସାରେ ହାଣି ବାପାକୁ ଦୁଇ ଗଡ଼ କରିଦେଲା ପୁଅ। ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ଘଟିଛି ଏଭଳି ବିଭତ୍ସ, ହୃଦୟବିଦାରକ ଏବଂ ଲୋମଟାଙ୍କୁରା ଘଟଣା। 

ସୂଚନାନୁଯାୟୀ, ଚାନ୍ଦୁଆ ଗ୍ରାମର ବାଇଧର ସିଂଙ୍କୁ ତାଙ୍କ ପୁଅ ଶମ୍ଭୁନାଥ ସିଂ ଗତକାଲି ବିଳମ୍ବିତ ରାତିରେ ଫାର୍ସାରେ ହାଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇଥିଲା। ସକାଳୁ କଟା ମୁଣ୍ଡଟିକୁ ବ୍ୟାଗରେ ପୁରାଇ ଥାନା ଅଭିମୁଖେ ଆସୁଥିଲା। ଏତିକି ବେଳେ ମର୍ଣ୍ଣିଂ ୱାକ୍‌ରେ ଆସୁଥିବା ଥାନା ଅଧିକାରୀ ମଧୁସୂଦନ ଦତ୍ତ ଶମ୍ଭୁନାଥକୁ ଥାନା ସମ୍ମୁଖରେ ଦେଖି ଘଟଣା ବିଷୟରେ ପଚାରିଥିଲେ। ଅଭିଯୁକ୍ତ ବାପାର କଟା ମୁଣ୍ଡ ଧରି ଆସିଥିବାର ପ୍ରକାଶ କରିଥିଲା। ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। 

ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ଅଭିଯୁକ୍ତ ଶମ୍ଭୁନାଥଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା। ତାଙ୍କ ସ୍ତ୍ରୀ ସହିତ ସବୁବେଳେ ମନୋମାଳିନ୍ୟ ଲାଗି ରହୁଥିଲା। ଗତକାଲି ମଧ୍ୟ ଝଗଡା ହୋଇଥିଲା ଏବଂ ସ୍ତ୍ରୀ ପୋଡଶୀ ଘରକୁ ପଳାଇ ଯାଇଥିଲେ। ପରେ ବାପାଙ୍କୁ ଖଇନି ପାଇଁ ଅଭିଯୁକ୍ତ ଦଶ ଟଙ୍କା ମାଗିଥିଲା। ଟଙ୍କା ନଦେବାରୁ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ବାଇଧରଙ୍କୁ ହତ୍ୟା କରିଛି। 

ଏହି ଖବରଟିକୁ ପଢନ୍ତୁ-ବିଭତ୍ସ ହତ୍ୟାକାଣ୍ଡ; ବାପା-ମା' ସହ ଭଉଣୀକୁ ପଥରରେ ଛେଚିଲା ପୁଅ

ସେପଟେ ଜଗତସିଂହପୁର  ଜିଲ୍ଲା ସଦର ଥାନା ଜୟବଡ଼ ଗାଁରୁ ବି ଆସିଛି ଏଭଳି ଆଉ ଏକ ସ୍ପର୍ଶକାତର ଘଟଣା। ପାରିବାରିକ କଳହରୁ ରକ୍ତର ହୋଲି ଖେଳିଛି ପୁଅ। ବାପା-ମା' ଓ ଭଉଣୀକୁ ପଥରେ ଛେଚି ଛେଚି ନିର୍ମମ ଭାବେ ହତ୍ୟା କରିଛି ସୂର୍ଯ୍ୟକାନ୍ତ ସେଠୀ। ପଡୋଶୀଙ୍କଠୁ ଖବର ପାଇ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ସଦର ଥାନା ପୋଲିସ।

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.