ଭୁବନେଶ୍ଵର, ୦୮/୦୮ : ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା-ଶ୍ରୀକ୍ଷେତ୍ର ବିବାଦ। ବାପା ଶ୍ରୀକ୍ଷେତ୍ରଙ୍କ ସପକ୍ଷରେ ବାହାରିଲେ କୁନି ପୁଅ। କହିଲେ ମୋର ବାପା ଦରକାର, ନଚେତ୍ ରାଷ୍ଟ୍ରପତିଙ୍କ ନିକଟରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିବି। କୃଷ୍ଣପ୍ରସାଦ ଥାନା ଅଧିକାରୀଙ୍କୁ ଭେଟି ଶ୍ରୀକ୍ଷେତ୍ରଙ୍କ ପୁଅ ଏକ ଦାବିପତ୍ର ଦେଇଛନ୍ତି ।
ସ୍ଵାମୀ ଶ୍ରୀକ୍ଷେତ୍ରଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ସୋନାଲି ଏକ ମାମଲା କରିଛନ୍ତି। ସେ ନାବାଳିକା ଥିବା ବେଳେ ଶ୍ରୀକ୍ଷେତ୍ର ତାଙ୍କ ସହ ଶାରିରୀକ ସମ୍ପର୍କ ରଖି ଗର୍ଭବତୀ କରାଇଥିବା ଅଭିଯୋଗ କରିଥିଲେ। ମା'ଙ୍କ ନିଷ୍ପତ୍ତି ବିରୋଧରେ ସୋନାଲିଙ୍କ ପୁଅ ଆଜି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ବେଞ୍ଚରେ ଦ୍ଵାରସ୍ଥ ହୋଇଛନ୍ତି। ନାଣ୍ଡୁ ବାବୁ ବାପାଙ୍କୁ ଫସାଉଥିବା ସିଧା ସଳଖ କହିଛନ୍ତି। ଏହା ସହ ପିଲାବେଳୁ ମୁଁ ମୋ ବାପାଙ୍କ ପାଖରେ ରହୁଛି, ବାପାଙ୍କୁ ନେଇଗଲେ ମୁଁ ଏକା ହୋଇଯିବି ବୋଲି କହିଛନ୍ତି।