ମୁମ୍ବାଇ,୨୩/୨ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଚାମ୍ପିୟନ୍ସ ଟ୍ରଫିର ସବୁଠାରୁ ବଡ଼ ମ୍ୟାଚ୍ ଭାରତ ବନାମ ପାକିସ୍ତାନ ଖେଳାଯାଉଛି । ପ୍ରଥମେ ବୋଲିଂ କରି ଭାରତ ପାକିସ୍ତାନକୁ ୨୪୧ରନରେ ଅଲଆଉଟ୍ କରିଦେଇଛି । ଏହି ବଡ଼ ମ୍ୟାଚକୁ ଦେଖିବା ଲାଗି କେତେକ ବଡ଼ ଷ୍ଟାର୍ ଦୁବାଇରେ ପହଞ୍ଚିଛନ୍ତି । ବଲିଉଡ଼ ଅଭିନେତ୍ରୀ ଏବଂ ଅନୀଲ କପୁରଙ୍କ ଝିଅ ସୋନମ କପୁର ଷ୍ଟାଡିୟମରେ ପହଞ୍ଚିଛନ୍ତି।  ନିଜ ଅଧିନାୟକତ୍ବରେ ଭାରତକୁ ଚାମ୍ପିୟନ୍ସ ଟ୍ରଫି ବିଜେତା ହୋଇଥିବା ଧୋନୀ ବି ସନୀ ଦେଓ୍ବଲଙ୍କ ସହ ମ୍ୟାଚ୍ ଦେଖୁଛନ୍ତି । ତାଙ୍କ ଭିଡ଼ିଓ ଜିଓ ହଟଷ୍ଟାର୍ ମ୍ୟାଚ୍ ସମୟରେ ସେୟାର କରିଛି ।

ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ କେତେକ ବଡ଼ ଷ୍ଟାର୍ ପହଞ୍ଚିଛନ୍ତି । ଅଭିନେତ୍ରୀ ସୋନମ କପୁର ନିଜ ସ୍ବାମୀଙ୍କ ସହ ଷ୍ଟାଡିୟମରେ ନଜର ଆସିଥିଲେ । ସାଉଥର ବଡ଼ ଷ୍ଟାର ଚିରଞ୍ଜିବ ଷ୍ଟାଣ୍ଡରେ ବସିଥିବା ଦେଖିଯାଇଛନ୍ତି ।

ଟି୨୦ରେ ଟିମ୍ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବି ଭାରତ ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ଉପସ୍ଥିତ ଅଛନ୍ତି।  ବିସ୍ଫୋଟକ ବ୍ୟାଟର ଅଭିଷେକ ଶର୍ମା ବି ଷ୍ଟାଡିୟମରେ ଅଛନ୍ତି।  ସେ ସାଉଥ ଷ୍ଟାର ଚିରଞ୍ଜିବଙ୍କ ସହ ଷ୍ଟାଡିୟମରେ ବସିଥିବା ନଜର ଆସିଥିଲେ । 

ଧୋନୀ ବି ସୁଟ୍ ସମୟରେ ସମୟ ବାହାର କରି ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଦେଖୁଛନ୍ତି । ଜିଓ ହଟଷ୍ଟାର୍ ଭିଡ଼ିଓ ସେୟାର କରି ଦେଖାଇଛି କି ଧୋନୀଙ୍କୁ ଭେଟିବାକୁ ବଲିଉଡ଼ ଅଭିନେତା ସନୀ ଦେଓ୍ବଲ ପହଞ୍ଚିଛନ୍ତି । ଉଭୟ ମିଶି ମ୍ୟାଚର ଆନନ୍ଦ ଉଠାଉଛନ୍ତି ।