- ଇରାନକୁ ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ
- ଇରାନ ସପକ୍ଷରେ ଠିଆ ହେଲା ତୁର୍କୀ
- ବର୍ଡରରେ ଏମର୍ଜେନ୍ସି ପ୍ଲାନ ଉପରେ ତୁର୍କୀର ବିଚାର
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣର ଦେଇଛନ୍ତି ଧମକ। ଏହି ମଧ୍ୟରେ , ଇରାନର ବନ୍ଧୁ ତଥା ନାଟୋ ସଦସ୍ୟ ତୁର୍କୀ ତା ସପକ୍ଷରେ ଠିଆ ହୋଇଛି।ରାଷ୍ଟ୍ରପତି ଏର୍ଡୋଗନ ସକ୍ରିୟ ହୋଇଛନ୍ତି, ଏହାପରେ ଇରାନର ବୈଦେଶିକ ମନ୍ତ୍ରୀ ଅବାସ୍ ଆରାକଚୀ ଶୁକ୍ରବାର ତୁର୍କୀ ଗସ୍ତ କରିବେ। ଏହି ସମୟରେ ସେ ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନଙ୍କ ସହ ଇରାନରେ ନିକଟରେ ଘଟଣାକ୍ରମ ଓ ଆମେରିକା ସହ ଉତ୍ତେଜନା ନେଇ ଆଲୋଚନା କରିବେ।
ଟ୍ରମ୍ପ ବୁଧବାର ଇରାନ ସହ ଆଲୋଚନା ଟେବୁଲ ଉପରକୁ ଆସିବା ଓ ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ଡିଲ୍ କରିବାକୁ କହିଛନ୍ତି, ନୁହଁତ ଧମକ ଦେଇଛନ୍ତି ଯେ, ଆଗାମୀ ଆମେରିକୀୟ ଆକ୍ରମଣ ଆହୁରି ଅଧିକ ଭୟାନକ ହେବ। ଟ୍ରମ୍ପ ମଧ୍ୟ ପ୍ରାଶ୍ଚ୍ୟ (ମିଡିଲ ଇଷ୍ଟ) କୁ ଏକ ଯୁଦ୍ଧ ଜାହାଜ ପଠାଇଛନ୍ତି ଏବଂ ତେହରାନକୁ ସରକାର ବିରୋଧୀ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ନିପାତ କରିବା କିମ୍ୱା ତାଙ୍କର ପରମାଣୁ କାର୍ଯ୍ୟକ୍ରମକୁ ପୁଣି ଥରେ ଆରମ୍ଭ କରିବା ବିରୋଧରେ ଚେତାବନୀ ଦେଇଛନ୍ତି।
ଏହାସହ ମଧ୍ୟ ପଢନ୍ତୁ : ଇରାନକୁ ଟ୍ରମ୍ପଙ୍କ ପୁଣି ନାଲି ଆଖି: କହିଲେ ଚାରିଆଡୁ ଘେରିଗଲେଣି ଆମେରିକା ନୌସେନା, ବିଳମ୍ବ ନକରି ଚୁକ୍ତି କରିଦିଅ
ତୁର୍କୀର ରାଷ୍ଟ୍ରପତି ରେସେପ ତୈୟପ ଏର୍ଡୋଗନ ତାଙ୍କର ଆମେରିକୀୟ ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନ ଉପରେ ଏକ ତ୍ରିପକ୍ଷୀୟ ଶିଖର ସମ୍ମିଳନୀର ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତୁର୍କୀର ସରକାର ସମର୍ଥକ ଅଖବାର ହୁର୍ରିୟତ ଏହି ରିପୋର୍ଟ ଦେଇଛନ୍ତି। ଅଖବାରଙ୍କ ଅନୁସାରେ, ଏର୍ଡୋଗନ ୨୭ ଜାନୁଆରୀରେ ଟ୍ରମ୍ପଙ୍କ ସହ ଫୋନ୍ରେ କଥାବାର୍ତ୍ତା ବେଳେ ଏହି ପ୍ରୟାସ କରିଛନ୍ତି। ତୁର୍କିର ନେତା ଆମେରିକା, ଇରାନ ଓ ତୁର୍କୀକୁ ସାମିଲ କରି ଏକ ଶିଖର ସମ୍ମିଳନୀ ଆୟୋଜିତ କରିବାକୁ ଆହ୍ୱାନ ଦେଇଛନ୍ତି , ସମ୍ଭବତଃ ଭିଡ଼ିଓ ଲିଙ୍କ୍ର ମାଧ୍ୟମରେ। ଏହା ମାଧ୍ୟମରେ ତୁର୍କୀ ଇରାନ ଓ ଆମେରିକା ମଧ୍ୟରେ ଜାରି ଉତ୍ତେଜନାକୁ ହ୍ରାସ କରିବାକୁ ଚାହୁଁଛି।
ଅନ୍ୟପଟେ, ଆମେରିକାର ସମ୍ଭାବିତ ଆକ୍ରମଣ ପୂର୍ବରୁ ତୁର୍କୀ ମଧ୍ୟ ରଣନୀତି ପ୍ରସ୍ତୁତ କରି ଦେଇଛି। ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ ତ ତୁର୍କୀ ବର୍ଡର ସିକ୍ୟୁରିଟିକୁ ମଜବୁତ କରିବାକୁ ଯୋଜନା କରୁଛି। ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ନ୍ୟୁଜ୍ ଏଜେନ୍ସି ଏଏଫପିକୁ ଏହି କଥା କହିଛନ୍ତି।