ପ୍ରମୂଖ ଖବର
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଥାନାରେ ସେନା ଅଧିକାରୀଙ୍କୁ ପୁଲିସ ବ୍ୟବହାର ନେଇ ଜାରି କରାଯାଇଛି ଏସଓପି , ହାଇକୋର୍ଟଙ୍କୁ ଅବଗତ କଲେ ରାଜ୍ୟ ସରକାର

Published By : Suraj Kumar | November 12, 2024 4:26 PM

କଟକ, ୧୨।୧୧ : ଥାନାରେ ସେନାବାହିନୀର ଅଧିକାରୀ କିମ୍ବା କର୍ମଚାରୀମାନଙ୍କୁ ପୁଲିସ କିପରି ବ୍ୟବହାର କରିବ, ଥାନାରେ ସେମାନଙ୍କୁ କେଉଁ ପ୍ରକାରର ସେବା ମିଳିବା ଆବଶ୍ୟକ ସେ ନେଇ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ମଙ୍ଗଳବାର ଭରତପୁର ଥାନା ବିବାଦ ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କୁ ଏ ବାବଦରେ ଅବଗତ କରାଇଛନ୍ତି ଆଡ଼ଭୋକେଟ ଜେନେରାଲ। ତେବେ ଉକ୍ତ ଏସଓପିର ନକଲ ଆମିକଶ କ୍ୟୁରୀଙ୍କୁ ଦେବା ସହିତ ହାଇକୋର୍ଟରେ ମଧ୍ୟ ଦାଖଲ କରିବା ଲାଗି ନିର୍ଦେଶ ଦିଆଯାଇଛି। 

ଆଜି ମାମଲାର ଶୁଣାଣି ସମୟରେ ଏଡିଜି ଆଧୁନିକୀକରଣ ଉପସ୍ଥିତ ରହି ନିଜର ପକ୍ଷ ରଖିଛନ୍ତି। ରାଜ୍ୟରେ ଥିବା ୯୬ ପ୍ରତିଶତ ଥାନାରେ ସିସିଟିଭି ଲାଗି ସାରିଛି। ନଭେମ୍ବର ସୁଦ୍ଧା ଅବଶିଷ୍ଟ କାମ ଶେଷ ହେବ ବୋଲି ଏଡିଜି କୋର୍ଟଙ୍କୁ ଜଣାଇଛନ୍ତି। ତେବେ ସିସିଟିଭି ଇନଷ୍ଟଲେସନ କାର୍ଯ୍ୟ ମାର୍ଚ୍ଚ ସୁଦ୍ଧା ସାରିବାଲାଗି ଆଜି ପୋଲିସ ବିଭାଗକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।  ଅନ୍ୟପଟେ ଭରତପୁର ଥାନା ବିବାଦ ମାମଲାକୁ ନେଇ ତଦନ୍ତ ଜାରି ରହିଛି। ଏବଂ ଏହାର ନ୍ୟାୟିକ ତଦନ୍ତ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଆଡ଼ଭୋକେଟ ଜେନେରାଲ ଆଜି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆଜି ଦିନ ଧାର୍ଯ୍ୟ କରୁଛନ୍ତି ହାଇକୋର୍ଟ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.